ଗଜପତିରେ ୨ ନାବାଳକ ନିଖୋଜ,ପୋଲିସର ତନାଘନା

0 61

ପାରଳାଖେମୁଣ୍ଡି,୧୨ା୧୨: ଗଜପତି ଜିଲ୍ଲା ମୋହନା ବ୍ଲକରୁ ୨ଜଣ ନାବାଳକ ନିଖୋଜ ହୋଇଥିବା ଘଟଣା ନେଇ ପୋଲିସରେ ତାଙ୍କ ପିତା ଏତଲା ଦେଇଛନ୍ତି । ୨ଜଣ ନାବାଳକଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ତନାଘନା ଉଦ୍ୟମ ଜାରି ରଖିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଅଡବା ଥାନା ବିରିକୋଟ ପଞ୍ଚାୟତର ମହାପଦର ଗ୍ରାମର ୨ଜଣ ନାବାଳକ ବୟସ ୧୨ ଓ ୧୬ ସେମାନଙ୍କ ଅଜା ଘର ଡେଙ୍ଗାପୁଛି ଗ୍ରାମକୁ ଗତ ୪ତାରିଖରେ ବୁଲିବାକୁ ଯାଇଥିଲେ । ମହାପଦର ଗ୍ରାମରୁ ଡେଙ୍ଗାପୁଛି ଗ୍ରାମକୁ ଦୁରତା ହେଉଛି ମ।।ତ୍ର ୭କିମି । ଏମାନେ ଅନେକ ଥର ଅଜା ଘରକୁ ପାଦ ଚଲାରେ ଯିବା ଆସିବା କରନ୍ତି । ଚଳିତ ଥର ୪ତାରିଖ ଗୋଟାଏ ଦିନ ଅଜା ଘରେ ରହି ୫ତାରିଖ ଦିନ ନିଜ ଗ୍ରାମକୁ ଫେରିଯାଉଛୁ ବୋଲି ଅଜାକୁ କହି ଡେଙ୍ଗାପୁଛି ଗ୍ରାମରୁ ଫେରିଥିଲେ । ଗତ ୫ତାରିଖ ଠାରୁ ୧୦ତାରିଖ ପର୍ଯ୍ୟନ୍ତ ଏ ଦୁଇ ନାବାଳକ ଘରକୁ ନ ଫେରିବାରୁ ପିତାମାତା ଗ୍ରାମବାସୀଙ୍କ ସହାୟତାରେ ବହୁ ଖୋଜାଖୋଜି କରିବା ପରେ ଗତକାଲି ବାପା ପବିତ୍ର ମଲିକ ଅଡବା ଥାନାରେ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଡେଙ୍ଗାପୋଛା ଗ୍ରାମକୁ ଯାଇ ଘଟଣା ନେଇ ସମସ୍ତ ଅନୁଧ୍ୟାନ କରିଥିଲେ । ଗ୍ରାମବାସୀ ଓ ସେମାନଙ୍କ ଅଜା ଏହି ୨ ନାବାଳକ ନାତୀ ଅନେକ ସମୟରେ ପାଦଚଲାରେ ଯିବା ଆସିବା କରନ୍ତି । ଚଳିତ ଥର ଏମାନେ କମ୍ ରାସ୍ତା ହେବ ବୋଲି ଜଙ୍ଗଲ ରାସ୍ତାଦେଇ ଗ୍ରାମକୁ ଫେରିଥିବା ପୋଲିସକୁ ଏମାନେ ଜଣାଇଛନ୍ତି । ୨ ନାବାଳକର ସନ୍ଧାନ ପାଇଁ ପୋଲିସ ଟିମ୍ ସଂପୃକ୍ତ ଜଙ୍ଗଲ ଅଞ୍ଚଳ ସହ ବିଭିନ୍ନ ଅଞ୍ଚଳରେ ତନାଘନା ଆରମ୍ଭ କରିଥିବା ଅଡବା ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.