ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ ଉଦ୍ଧାର

0 80

କୋଲକାତା, ୧୨ ।୧୨: ସନ୍ଦିଗ୍ଧ ଅବସ୍ଥାରେ ଶନିବାର କୋଲକାତା ସ୍ଥିତ ନିଜ ଘରୁ ବଲିଉଡ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠେଇଛି । ଆର୍ଯ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ୩୩ବର୍ଷୀୟା ଆର୍ଯ୍ୟା କୋଲକାତା ସ୍ଥିତ ନିଜ ଘରେ ଏକୁଟିଆ ରହୁଥିଲେ । ଆର୍ଯ୍ୟାଙ୍କ ସହ ତାଙ୍କର ଗୋଟିଏ କୁକୁର ରହୁଥିଲା । ଆର୍ଯ୍ୟାଙ୍କ ଘରୁ ଅନେକ ଖାଲି ମଦ ବୋତଲ ପୁଲିସ ଜବତ କରିଛି । ସୁପରହିଟ୍ ବଲିଉଡ ଚଳଚ୍ଚିତ୍ର ବିଦ୍ୟା ବାଲାନଙ୍କ ଅଭିନୀତ “ଦ ଡାର୍ଟି ପିକ୍ଚର’ରେ ଆର୍ଯ୍ୟା ଅଭିନୟ କରିଥିବା ନଜର ଆସିଥିଲେ ।

Leave A Reply

Your email address will not be published.