ଶିବସେନା ସାଂସଦଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ

0 62

ମୁମ୍ବାଇ, ୧୨ ।୧୨: ମହାରାଷ୍ଟ୍ରର ଶିବସେନା ସାଂସଦ ରାଜେନ୍ଦ୍ର ଗବିତଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ । ପାଲଘରର ଜଣେ ମହିଳା ସାଂସଦଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି । ଏ ନେଇ ନୟା ନଗର ପୁଲିସ୍ ଷ୍ଟେସନରେ ସେ ଏକ ମାମଲା ମଧ୍ୟ ରୁଜ୍ଜୁ କରାଇଛନ୍ତି । ଅନ୍ୟପଟେ ସାଂସଦ ରାଜେନ୍ଦ୍ର ଗବିତ କିନ୍ତୁ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି । ମହିଳା ଜଣକ ରାଜେନ୍ଦ୍ରଙ୍କ ମାଲିକାନାରେ ଥିବା ମୀରା ରୋଡସ୍ଥିତ ଏକ ଗ୍ୟାସ ଏଜେନ୍ସିରେ କାମ କରୁଥିଲେ । ସେ ଅଭିଯୋଗ କରିଛନ୍ତି ଯେ ରାଜେନ୍ଦ୍ର ତାଙ୍କ ସହ ଖରାପ ବ୍ୟବହାର କରିବାକୁ ପ୍ରୟାସ କରିଛନ୍ତି । ତେବେ ମହିଳାଙ୍କ ଅଭିଯୋଗକୁ ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି ଦର୍ଶାଇଛନ୍ତି ରାଜେନ୍ଦ୍ର । ସେ କହିଛନ୍ତି ଯେ ମହିଳା ଜଣକ ଏଜେନ୍ସିରୁ ଟଙ୍କା ହଡ଼ପ କରିଥିଲେ, ଯାହାପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଦିଆଯାଇଥିଲା । ତେଣୁ ସେ ଏହାର ପ୍ରତିଶୋଧ ନେବାକୁ ଏପରି ଭିତ୍ତିହୀନ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନେଇ ନୟାନଗର ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.