ନୂଆ ଟେକ୍ନୋଲୋଜିରେ ଆସିବ ରାଫେଲ୍

0 61

ନୂଆଦିଲ୍ଲୀ, ୧୨ ।୧୨: ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଥିବା ଯୁଦ୍ଧ ବିମାନ ରାଫେଲ୍ ଏବେ ଶତ୍ରୁପକ୍ଷକୁ ବିଧ୍୍ୱଂସ କରିବାକୁ ପ୍ରସ୍ତୁତ । ତେବେ ଏହି ଯୁଦ୍ଧ ବିମାନରେ ସ୍୍ୱତନ୍ତ୍ର ୱେପେନ୍ ‘ହାମର୍’ର ଖଞ୍ଜିତ କରିବା ନେଇ ଭାରତୀୟ ବାୟୁସେନା ନେଇ ଦାବି କରାଯାଥିବା ବେଳେ ତାହା ମଧ୍ୟ ଏବେ ପୂରା ହୋଇସାରିଛ । ଯାହାର ଟେଷ୍ଟ ମଧ୍ୟ ଫ୍ରାନ୍ସରେ ହୋଇସାରିଛି । ‘ହାମର୍’ ଯାହାଦ୍ୱାରା ଆକାଶରୁ ଭୁପୃଷ୍ଠକୁ ଲକ୍ଷ କରି ଟାର୍ଗେଟକୁ ବିଧ୍ୱଂସ କରାଯାଇପାରିବ । ଏହା ବିନା ଜିପିଏସରେ ନିଜ ଟାର୍ଗେଟକୁ ଖୋଜି ଚୁରମାର୍ କରିପାରିବ । ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଏହି ମିସାଇଲ ୧୦୦୦ ଟନ୍ ଭର୍ସନକୁ ରାଫେଲରେ ଖଞ୍ଚିତ କରାଯାଇ ଟେଷ୍ଟିଂ କରାଯାଇଛି । ରାଫେଲରେ ଖଞ୍ଚିତ ହେଇପାରୁଥିବା ଏହା ଦ୍ୱିତୀୟ ସର୍ବାଧିକ ଓଜନ ବିଶିଷ୍ଟ ମିସାଇଲ । ପ୍ରାୟ ୧ ହଜାର ୨୦୦ କିଲୋ ଓଜନ ବିଶିଷ୍ଟ ଏସ୍ସିଏଲ୍ପି କ୍ରୁଜ ମିସାଇଲ ମଧ୍ୟ ରାଫେଲରୁ ଫାୟର କରାଯାଇପାରିବ । ଭାରତକୁ ଆସିବାକୁ ଥିବା ରାଫେଲ ମିସାଇଲର ଏହା ଏକ ବଡ଼ ଅଂଶ । ଏହି ହେମର ମିସାଇଲର ରେଞ୍ଜ ୨୦ କିଲୋମିଟରରୁ ୭୦ କିଲୋମିଟର ହୋଇଥିବା ବେଳେ ଏହା ଶତ୍ରୁଙ୍କ ଏୟାର ଡିଫେନ୍ସ ନଜରରେ ନଆସି ବିଧ୍ୱଂସର ଲୀଳା ରଚିବ । ଏହାର ଆଉ ଏକ ବଡ଼ ବିଶେଷତ୍ୱ ଯେ କୌଣସି ପ୍ରକାର ପରିସ୍ଥିତି ହେଉ ଅବା ଅଞ୍ଚଳ ମିସାଇଲ ନିଜ ଟାର୍ଗେଟ ଖୋଜି ଲକ୍ଷ ସାଧନ କରିପାରେ । ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏହା ନିଜ ଟାର୍ଗେଟ ଖୋଜି ଶତ୍ରୁପକ୍ଷଙ୍କ ବେସକୁ ଚୁରମାର୍ କରିପାରେ । ଏଣୁ ପାକିସ୍ତାନ ଏବଂ ଚୀନ ସୀମାରେ ଏହାକୁ ମୁତୟନ କରିବା ନେଇ ଯୋଜନା କରାଯାଉଛି । ଆବଶ୍ୟକ ସ୍ଥଳେ ହେମର କିଟକୁ ୧୨୫ କିଲେ, ୨୫୦, ୫୦୦ ଏବଂ ୧୦୦୦ କିଲୋ ବମ୍ ସହିତ ଫାୟର କରାଯାଇପାରିବ ।

Leave A Reply

Your email address will not be published.