ସ୍ୱାଭିମାନ ଅଞ୍ଚଳରେ ଗୁଳି ବିନିମୟରେ ଦୁଇ ନକ୍ସଲ ନିହତ

0 85

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୋଲିସ ମାଓବାଦୀ ଗୁଳିବିନିମୟ । ସ୍ୱାଭିମାନ ଅଞ୍ଚଳର ଗାଜଲ ମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାରାମ ଗ୍ରାମରେ ଏହି ଗୁଳିବିନିମୟ ହୋଇଥିବା ସୂଚନା । ଗୁଳିବିନିମୟ ରେ 2ଜଣ ମାଓବାଦୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରୁ ବ୍ୟାପକ ମାଓ ସାମଗ୍ରୀ ଜବତ । ଦୁଇଟି ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ମିଳିଥିବା ସୂଚନା । ତେବେ ବର୍ତ୍ତମାନ ମଧ୍ୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି । ଆନ୍ଧ୍ର ଗ୍ରେହଂଣ୍ଡ, ଏସଓଜି ଓ ଡିଭିଏଫ ର ମିଳିତ ସର୍ଚ୍ଚ ଅପରେସନ ବେଳେ ପୋଲିସ ମାଓବାଦୀ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ଏହାପରେ ପୋଲିସ ଉପରକୁ ମାଓବାଦୀ ମାନେ ଗୁଳି ଚାଳନା କରିବା ପରେ ଏହାର ପାଲଟା ଜବାବ ରଖିଥିଲେ ସୁରକ୍ଷା କର୍ମୀ ।

Leave A Reply

Your email address will not be published.