ଏ ବର୍ଷ ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

0 67

ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଏ ବର୍ଷ ହେବ ନାହିଁ ।  ଏନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲାପାଳଙ୍କ ସହିତ ଧନୁଯାତ୍ରା କମିଟିର ସଦସ୍ୟମାନେ ଆଲୋଚନା କରିବା ପରେ ଚଳିତ ବର୍ଷ ଧନୁଯାତ୍ରା ନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ କରୋନା ପାଇଁ କେବଳ ବରଗଡ ପ୍ରସିଦ୍ଧ ଧନୁଯାତ୍ରା ନୁହେଁ ବରଂ ରାଜ୍ୟର ଅନେକ ପ୍ରସିଦ୍ଧ ମେଳା ଓ ଉତ୍ସବକୁ ବନ୍ଦ ରଖିଛନ୍ତି ସରକାର ଓ ସ୍ଥାନୀୟ ପ୍ରଶାସନ । ବର୍ତମାନ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ପରେ ବି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.