ଜିଲ୍ଲାପାଳଙ୍କ ରାୟଗଡ଼ ବ୍ଲକ ଅଞ୍ଚଳ ଗସ୍ତ ଗ୍ରାମ ପଞ୍ଚାୟତ ଓ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ

0 59

ରାୟଗଡା:- ରାୟଗଢ଼ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଶନିବାର ରାୟଗଡ଼ ବ୍ଲକ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଦିବା ୧୦ ଘଟିକା ସମୟରେ ପିତାମହଲ ଗ୍ରାମ ପଞ୍ଚାୟତ ଗିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସହ କୋଚ୍ଚଶୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ତାହାର ଭିତ୍ତିଭୂମି ର ସମୀକ୍ଷା କରିଥିଲେ । ଉକ୍ତ ବିଦ୍ୟାଳୟ ନିମନ୍ତେ ନବନିର୍ମିର ଭୋଜନାଳୟ, କୋଡେସୁ ଅଙ୍ଗନବାଡି କେନ୍ଦ୍ର ଗୃହ ଓ ସୋଲାର ଜଳ ଯୋଗାଣ ବ୍ୟବସ୍ଥା ତଥା ଜଙ୍ଗଲ ବିଭାଗ ତରଫରୁ ନିର୍ମିର ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କରିଥିଲେ । ଅଙ୍ଗନବାଡି କେନ୍ଦ୍ର ପିଲାଙ୍କୁ ପ୍ରଦାନ କରାଯାଇଥିବା ଦୁଇହଳ ପୋଷାକ , ଜୋତା । ଓ ମୌକା ତଥା ପୁଷ୍ଟିକର ଖାଦ୍ୟ ବିଷୟରେ ପଚାରି ବୁଝିଲେ । ଅଙ୍ଗନବାଡି କେନ୍ଦ୍ରରେ କିଚେନ ଗାର୍ଡେନ ତଥା ବିଦ୍ୟାଳୟର  ନିର୍ମାଣ ନିମନ୍ତେ ଗୁରୁତ୍ବ ଆରୋପ କରିଥିଲେ । ପରେ ବଢ଼ ଇରୁଜୁବାଡି ଗ୍ରାମ ପଞ୍ଚାୟତର ଟୋକାପାକୁ ଗ୍ରାମ ପରିଦର୍ଶନ କରି ଅର୍ଥ କମିଶନ ପାଣ୍ଠିରେ ନିର୍ମିର ଗୋଷ୍ଠୀ ସ୍ନାନାଗାର , ସୌର ଟାଳିତ ପାଇପ ଜଳ ଯୋଗାଣ ପ୍ରକଳ୍ପ ବିଦ୍ୟାଳୟରେ ନିର୍ମିର ଭୋଜନାଳୟ ତଥା ମାନରେଗା ଯୋଜନାରେ ଟୋକାପାତୁ ଗ୍ରାମ୍ୟ ରାସ୍ତା, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ନୂତନ ପୋଖରୀ ଓ ୧.୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିଭ ବହୁମୁଖୀ ଫାର୍ମ ପଣ୍ଡ ପରିଦର୍ଶନ କରିଥିଲେ । ଗ୍ରାମରେ ନିର୍ବାଚିତ ପ୍ରତିନି, ଜବ୍‌ କାର୍ଡ ଧାରୀ ଓ ଗ୍ରାମବାସୀ ସହ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅଙ୍ଗନବାଡି , ଆଶା କର୍ମୀ, ଛତୁଆ ବଣ୍ଟନ ପୁଷ୍ଟିକର ଖାଦ୍ୟ, କୃଷି , ଭରା ବଣ୍ଟନ, ପଡିଏସକାର୍ଡ ଓ ସାଧାରଣ ବଣ୍ଟନ । ବିଷୟରେ ଆଲୋଚନା କରିଥିଲେ । ଉକ୍ତ ଗ୍ରାମରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ନିମନ୍ତେ ବିହିତ ପଦକ୍ଷେପ ପାଇଁ ବି ଓ ରାୟଗଢ଼ ରାଜେନ୍ଦ୍ର ମାଝିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗାଜିଗାଁ ଠାରେ ରାଜ୍ୟ ଅର୍ଥ କମିଶନ ପାଣ୍ଠିରେ ଦଶ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧୀନ ସାପ୍ତାହିକ ହାଟ ବୁଲି ଦେଖିଥିଲେ ଓ କାର୍ଯ୍ୟ ତ୍ବରାନ୍ବିତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆର ଡି ରାସ୍ତା ଠାରୁ ଗାଣ୍ଡାବାଲସା ପର୍ଯ୍ୟନ୍ତ ମାନରେଗା ଯୋଜନାରେ ରାସ୍ତାକାର୍ଯ୍ୟ ସମ୍ପର୍ଣ ତଥା ଜାଙ୍ଗିଶୁ ବିଦୀରେ ଆର ଡି ବିଭାଗ ତରଫରୁ ନିର୍ମାଣାଧୀନ ରେ ଥିବା ପୋଲ ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଗାଜିଗାଁ ଗ୍ରାମ ପଞ୍ଚାୟତରେ ପୂର୍ବ ବର୍ଷ ଓ ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ସରକାରଙ୍କୁ ବକେୟା ରୟାଲଟି ଦେୟ ଶୀଘ୍ର ତହସିଲଦାରଙ୍କ ଦପ୍ତରକୁ ପଇଠବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଜେମାଦେଇପେଣ୍ଡ ପଞ୍ଚାୟତର ସୌର ଚାଳିତ ଜଳଯୋଗାଣ, ସ୍ନାନାଗାର ଓ ଅବାସ ଯୋଜନା ଗୃହ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ରାୟଗଡ଼ ଜିଲ୍ଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ବିଡିଓ ରାଜେନ୍ଦ୍ର ମାଝା , ଏ ବିଡିଓ କାକୁ ଚରଣ ନାୟକ, ଜିପିଇଓ ଗୋଇପାଳ ପଣ୍ଡା , ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦୈତାରୀ ଟୁଡୁ, ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ , କନିଷ୍ଠ ଯନ୍ତ୍ରୀ , ନିର୍ବାହୀ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧୁ ଈପସ୍ଥିତ ଥିଲେ ।

Leave A Reply

Your email address will not be published.