ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭାଙ୍ଗି ଖଲିସ୍ତାନୀ ପତାକା ଉଡ଼ାଇଲେ ଦୁର୍ବୃତ୍ତ

0 77

ୱାସିଂଟନ, ୧୩ ।୧୨: ଆମେରିକାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କରାଯାଇଛି ଅସଦାଚରଣ । ଆମେରିକାର ରାଜଧାନୀ ୱାସିଂଟନରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ଖଲିସ୍ଥାନୀ ପତାକା ଉଡ଼ାଇଛନ୍ତି କିଛି ଦୁର୍ବୃତ୍ତ । ସେମାନେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଭିନ୍ନ ନାରା ଲେଖି ପୋଷ୍ଟର ମାରିବା ସହିତ ପ୍ରତିମୂର୍ତ୍ତି ଉପରେ ଖଲିସ୍ଥାନୀ ପତାକା ଉଡ଼ାଇଥିଲେ । ୱାସିଂଟନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯିବା ସହିତ ଆମେରିକାର ସୁରକ୍ଷା ଏଜେନ୍ସିଗୁଡ଼ିକ ନିକଟରେ ଦୃଢ଼ ପ୍ରତିବାଦ ଉପସ୍ଥାପନ କରାଯାଇଛି ।

Leave A Reply

Your email address will not be published.