ଟ୍ରେଲର ଓ ଜିପ୍ ମଧ୍ୟରେ ଧକ୍କା, ୭ ମୃତ

0 57

ଜୟପୁର, ୧୩ ।୧୨: ଟ୍ରେଲର ଟ୍ରକ ଓ ଜିପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଶନିବାର ଉଦୟପୁର-ନିମ୍ବାହେରା ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନି ଜଣଙ୍କର ପରେ ମୃତ୍ୟୁ ଘଟିଛି । ମୋଟ୍ ନଅ ଜଣ ଆହତ ହୋଇଥିବା ପୁଲିସ କହିଛି । ସମସ୍ତ ଆହତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ପୀଡିତଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.