ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କରୋନା

0 65

ନୂଆଦିଲ୍ଲୀ, ୧୩ ।୧୨: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନ‡ା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଖୋଦ୍ ନ‡ା ସୂଚନା ଦେଇଛନ୍ତି । ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା । ଯାହା ପରେ ସେ ନିଜର କୋଭିଡ୍ ଟେଷ୍ଟ କରାଇଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି । ଏ ନେଇ ନ‡ା ଟୁଇଟ୍ କରି କହିଛନ୍ତି, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖା ଦେବା ପରେ ମୁଁ ନିଜର ଟେଷ୍ଟ କରାଇଥିଲି ଏବଂ ରିପୋର୍ଟ ପଜିଟିଭ୍ ଆସିଛି । ମୋର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । ଡାକ୍ତର ମୋତେ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜକୁ ଆଇସୋଲେଟ୍ କରାଇବା ସହ ଟେଷ୍ଟ କରାଇ ନିଅନ୍ତୁ ବୋଲି ନ‡ା କହିଛନ୍ତି ।

Leave A Reply

Your email address will not be published.