ସେନା କାର୍ଯ୍ୟନୁଷ୍ଠାନ : ୬୦ତାଲିବାନ ଆତଙ୍କବାଦୀ ନିହତ

0 63

କାବୁଲ, ୧୩ ।୧୨ :ଆଫଗାନିସ୍ତାନର ଦକ୍ଷିଣ କାନ୍ଦାହାର ପ୍ରଦେଶରେ ଗତ ୭୨ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ୭ ଜଣ ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ସମେତ ୬୩ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୨୯ ଜଣ ଆହତ ହୋଇଛନ୍ତି । ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ରବିବାର ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି । ଏନଡିଏସ ଅନୁଯାୟୀ, ତାଲିବାନକୁ ଟାର୍ଗେଟ କରି ମୋର୍ଟାର ସ୍କ୍ୱାର୍ଡ ଦ୍ୱାରା ତୃତୀୟ ୟୁନିଟ ଉପରେ ଆକ୍ରମଣ କରାଯାଇଥିଲା । ଗତ ଏକ ସପ୍ତାହ ଧରି କାନ୍ଦାହାର ପ୍ରଦେଶରେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ହିଂସା ଘଟିଥିଲା । ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୯ ତାରିଖରୁ ୧୫୦ରୁ ଅଧିକ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାପୂର୍ବରୁ ଶନିବାର ଦିନ ଆଫଗାନିସ୍ତାନରେ ଆମେରିକାର ସେନାବାହିନୀ ତାଲିବାନ ଟାର୍ଗେଟରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନିଶ୍ଚିତ କରିଛି । ଡିସେମ୍ବର ୧୦ରେ କାନ୍ଦାହାର ପ୍ରଦେଶର ହୈରି ଜିଲ୍ଲାରେ ଏକ ଆଫଗାନିସ୍ତାନ ସେନା ଆଉଟପୋଷ୍ଟକୁ ଟାର୍ଗେଟ କରି ତାଲିବାନର ଆକ୍ରମଣ ପରେ ଆମେରିକା ସୈନ୍ୟବାହିନୀ ଦ୍ୱାରା ଏହି ଆକ୍ରମଣ ହୋଇଥିଲା ।

Leave A Reply

Your email address will not be published.