ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁସାରେ ଖୋଲିବ ମନ୍ଦିର

0 63

ଭୁବନେଶ୍ୱର : ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବ ନା, ନାହିଁ ସେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଷ୍ଟେକ ହୋଲ୍ଡରଙ୍କ ସହ ଆଲୋଚନା କରି ଏବଂ SOP ଜରିଆରେ ମନ୍ଦିର ଖୋଲିପାରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ପୂର୍ବରୁ ରାଜ୍ୟ ସରକାର ସ୍ଥାନୀୟ ଖୋଲିବା ନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ଦେଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ତେବେ ପୁରୀ ମନ୍ଦିର ଖୋଲିବା ନେଇ ସରକାର ସୁପାରିସ କରାଯାଇଛି । ଶ୍ରୀମନ୍ଦିର ସହ ରାଜ୍ୟର ଅନ୍ୟ ମନ୍ଦିର ଖୋଲିବାକୁ ଜୋରଦାର ଚର୍ଚା ହେଉଛି ।

Leave A Reply

Your email address will not be published.