ଗଜପତିରୁ ୫ଫୁଟ ଲମ୍ବର ବୋଡା ସାପ ଉଦ୍ଧାର

0 69

ପାରଳାଖେମୁଣ୍ଡି,୧୪ା୧୨ -ଗଜପତି ଜିଲ୍ଲା ରାୟଗଡ ବ୍ଲକରୁ ଗତକାଲି ସଂଧ୍ୟାରେ ଏକ ୫ଫୁଟ ଲମ୍ବର ବୋଡା ସାପକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି । ଘଟଣାରୁ ପ୍ରକାଶ ରାୟଗଡ ବ୍ଲକର ନାରାୟଣପୁର ଗ୍ରାମର ରାଜୀବଗାନ୍ଧି ସେବା କେନ୍ଦ୍ର ଗୃହରେ ଏକ ୫ଫୁଟ ଲମ୍ବର ବୋଡା ସାପ ଦେଖାଯାଇଥିଲା । ଗ୍ରାମବାସୀମାନେ ତୁରନ୍ତ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି କିଛି ଦୁରରେ ଥିବା ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ ।

Leave A Reply

Your email address will not be published.