ମୋଟୋରୋଲା ପକ୍ଷରୁ ମୋଟୋ ଜି୯ ପାୱାର ଉନ୍ମୋଚିତ

0 54

ଭୁବନେଶ୍ୱର: ମୋଟୋରୋଲା ପକ୍ଷରୁ ସୁଲଭ ମୂଲ୍ୟ ବର୍ଗରେ ଏହାର ନୂତନ ମୋଟୋ ଜି୯ ପାୱାର୍ର ଶୁଭାରମ୍ଭର ଘୋଷଣା କରାଯାଇଛି । ମୋଟୋ ଜି ପରିବାରର ଏହି ନୂତନ ସ୍ମାର୍ଟଫୋନ୍ରେ ଏକ ସେଗ୍ମେଂଟ୍-ଲିଡିଙ୍ଗ୍ ୬୦୦୦ ମେଗାହର୍ଜ ବ୍ୟାଟେରୀ ରହିଛି ଯାହା କେବଳ ଗୋଟିଏ ସିଙ୍ଗଲ ଚାର୍ଜରେ ୬୦ ଘଂଟା ପର୍ଯ୍ୟନ୍ତ ଚାଲିଥାଏ । ମୋଟୋ ଜି୯ ପାୱାର , ମୋଟୋ ଜି ପାଇଁ ପାୱାର ଲାଇନ୍ରେ ପ୍ରଥମ ଡିଭାଇସ୍ ଅଟେ ଯାହା କ୍ୱାଡ୍ ପିକ୍ସେଲ ଟେକ୍ନୋଲୋଜି ସହିତ ଏକ ୬୪ଏମ୍ପି ଅଲ୍ଟ୍ରା ହାଇ-ରିଜୋଲ୍ୟୁସନର ତିନୋଟି କ୍ୟାମେରା ବ୍ୟବସ୍ଥା ସହିତ ଆସୁଛି । କେବଳ ଏତିକି ନୁହେଁ, ମୋଟୋ ଜି୯ ପାୱାର ଷ୍ଟକ୍ ଆଣ୍ଡ୍ରଏଡ୍ ଅଭିଜ୍ଞତା ସହିତ ନୂତନ ସ୍ନାପ୍ଡ୍ରାଗନ୍ ୬୬୨ ପ୍ରୋସେସର, ୪ଜିବିର ଡିଡିଆର୍୪ଏକ୍ସ ରାମ୍, ୬୪ଜିବି ଷ୍ଟୋରେଜ୍, ଡଷ୍ଟ ଓ ୱାଟର ରେଜିଷ୍ଟାଂଟ୍ ପାଇଁ ଆଇପି୫୨ ସାର୍ଟିଫିକେଶନ ଓ ଏକ ସମର୍ପିତ ଗୁଗଲ୍ ଆସିଷ୍ଟାଂଟ୍ ବଟନ ଭଳି ଫିଚର ସହିତ ଆସୁଛି । ମୋଟୋ ଜି୯ ୧୨,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଏକ ୬୦୦୦ ମେଗାହର୍ଜ ବ୍ୟାଟେରୀ ଓ ୬୪ଏମ୍ପି କ୍ୟାମେରା ସହିତ ଭାରତର ଏକମାତ୍ର ସ୍ମାର୍ଟଫୋନ୍ ଅଟେ ।
ଆପଣଙ୍କର ସମସ୍ତ ପସନ୍ଦର କଂଟେଂଟ୍ର ଆନନ୍ଦ ଉଠାଇବା ପାଇଁ ଏହି ସ୍ମାର୍ଟଫୋନ ବିଶାଳ ୬.୮ ଇଂଚ୍ ମ୍ୟାକ୍ସ ଭିଜନ ଏଚ୍ଡି+ ଡିସ୍ପ୍ଲେ ସହିତ ବ୍ୟବସ୍ଥିତ ହୋଇଛି । ଶକ୍ତିଶାଳୀ ମୋଟୋ ଜି୯ ପାୱାର ୧୧,୯୯୯ ଟଙ୍କାର ଏକ ଉଲ୍ଲେଖନୀୟ ମୂଲ୍ୟରେ ଉପଲବ୍ଧ ହେବ, ଯାହାକି ଏହାକୁ ୬୦୦୦ ମେଗହାର୍ଜ ବ୍ୟାଟେରୀ, ୬୪ ଏମ୍ପି ଟ୍ରିପଲ କ୍ୟାମେରା ଓ ସ୍ନାପ୍ଡ୍ରାଗନ୍ ୬୬୨ର ଏକ ଶକ୍ତିଶାଳୀ ସମ୍ମିଶ୍ରଣ ଥିବା ଭାରତରେ ୧୨,୦୦୦ରୁ କମ୍ ମୂଲ୍ୟ ବର୍ଗରେ ଏକମାତ୍ର ଫୋନ୍ରେ ପରିଣତ କରୁଛି । ମୋଟୋ ଜି୯ ପାୱାର ଦୁଇଟି କଲର ଭାରିଆଂଟ ଯଥା ଭିଭିଡ୍ ଇଲେକ୍ଟ୍୍ରିକ୍ ଭାୟୋଲେଟ୍ ଓ ସୋଫିଷ୍ଟିକେଟେଡ୍ ମେଟାଲିକ୍ ସେଜ୍ରେ ଉପଲବ୍ଧ ହେବ । ଏହି ଫୋନର ସେଲ୍ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ୧୨ଟାରୁ କେବଳ ଫ୍ଲିପ୍କାର୍ଟରେ ଆରମ୍ଭ ହେବ ।

Leave A Reply

Your email address will not be published.