ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତରେ ପୋଲିସ ଡିଜି ଅଭୟ

0 57

ମାଲକାନଗିରି: ଓଡ଼ିଶା ପୋଲିସ ଡିଜି ଅଭୟ ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ସେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି । ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦିଆଯାଇଛି ।କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିଲା । ଏହି ଗସ୍ତରେ ଡିଜିପିଙ୍କ ସହିତ ଅମିତାଭ ଠାକୁର, ଅନିରୁଦ୍ଧ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.