ପିପିଲିର ଦୁଇ ପ୍ରବେଶ ପଥରେ ଜଳୁନି ହାଇମାକ୍ସ

0 54

ପିପିଲି,୧୪/୧୨:ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ପିପିଲି ଦାଣ୍ଡମୁକୁନ୍ଦପୁର ନିକଟ ଭୋଗୁଅବାଙ୍କ ଓ ମାଳତୀପାଟପୁର ବ୍ରୀଜ ନିକଟ ଜାତୀୟ ରାଜପଥକୁ ବ୍ଲାକ ସ୍ପଟ ବା ଦୁର୍ଘଟଣା ପ୍ରବଣ ଅଂଚଳ ଭାବେ ଜିଲ୍ଲା ପ୍ରଶାସନ ୨୦୧୬ ନଭେମ୍ବର ମାସରେ ଘୋଷଣା କରିଥିଲେ । ଇତିମଧ୍ୟରେ ୪ବର୍ଷ ବିତିଯାଇଥିଲେ ମଧ୍ୟ ସେଠାରେ ବ୍ଲାକ ସ୍ପଟ ସତର୍କତା ସଙ୍କେତ ଲାଗିଲାନି । ସେହିପରି ପିପିଲିର ଉଭୟ ପ୍ରବେଶ ପଥ ଟୋଲଗେଟ ନ୍ଖଳଙ୍କ ଓ ଭୋଗୁଅବାଙ୍କ କ୍ରସିଂ ଠାରେ ଜାତୀୟ ରାଜପଥ କତୃପକ୍ଷ ଲଗାଇଥିବା ହାଇମାକ୍ସ ଲାଇଟ ଦୀର୍ଘବର୍ଷ ହେବ ଆଦୌ ଜଳୁନାହିଁ । ଫଳରେ ସେଠାରେ ଦୁର୍ଘଟଣା ଦ୍ୱିଗୁଣିତ ହେଉଛି । ତତକାଳୀନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତି ହେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ତତକାଳୀନ ରାଜ୍ୟ ପରିବହନ କମିଶନରଙ୍କୁ ଅବଗତ କରାଯାଇଥିଲା । ଏହାପରେ ପରିବହନ ବିଭାଗ ପକ୍ଷରୁ ଉକ୍ତ ଦୁଇଟି ସ୍ଥାନକୁ ବ୍ଲାକ ସ୍ପଟ ଭାବେ ଘୋଷଣା କରି ,ଉକ୍ତ ଦୁଇଟି ସ୍ଥାନରେ ଧଳା ଦାଗ ଦେବାସହ ଓଡ଼ିଆ ଓ ଇଂରାଜୀ ଭାଷାରେ ସତର୍କ ସୂଚନା ଲଗାଯିବାକୁ ପରିବହନ କମିଶନ ପୁରୀ ଆରଟିଓଙ୍କୁ ସେତେବେଳେ ନିର୍ଦେଶ ଦେଇଥିଲେ । ଏତଦବ୍ୟତୀତ ସେଠାରେ ସ୍ପୀଡ଼ ବ୍ରେକର ଲଗାଯିବା ସହ ଏନଫୋର୍ସମେଂଟ ସ୍କô୍ାର୍ଡ଼, ଟ୍ରାଫିକ ପୁଲିସ ଓ ହୋମଗାର୍ଡ଼ ମୁତୟନ କରିବାକୁ କମିଶନର ଜିଲ୍ଲା ପ୍ରଶାସନକୁ କହିଥିଲେ । ମନ୍ଦିର ଖୋଲିଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀକୁ ପ୍ରତିଦିନ ହଜାର ହଜାର ଭକ୍ତ ଯାତାୟତ କରିବାର ସମ୍ଭାବନା ଥିବାବେଳେ ଏହି ଦୁଇଟି ସ୍ଥାନରେ ବହୁ ସମୟରେ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନି ଘଟୁଛି । ସୂଚନା ଅନୁସାରେ ଗତ ଦୁଇବର୍ଷ ମଧ୍ୟରେ ଦାଣ୍ଡମୁକୁନ୍ଦପୁର ଭୋଗୁଅବାଙ୍କ ଠାରେ ୨୧ଟି ଦୁର୍ଘଟଣା ଘଟିଥିବାବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.