ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍ ତାହୱୁର ରାଣାର ଜାମିନ ଖାରଜ

0 63

ମୁମ୍ବାଇ, ୧୪ ।୧୨ : ତାଜ ହୋଟେଲ ବିସ୍ଫୋରଣା ମାଷ୍ଟରମାଇଣ୍ଡ୍ ତାହୱୁର ରାଣାର ଜାମିନ ଆବେଦନ ଖାରଜ ହୋଇଛି । ଆମେରିକାର ଏକ ଆଦାଲତ ତାହୱୁର ରାଣାର ଜାମିନ ଆବେଦନକୁ ଖାରଜ କରିଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତାହୱୁର ରାଣା ଏବଂ ତାର ବନ୍ଧୁ ଡେଭିଡ୍ ହେଡଲୀ ୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଯୋଜନା କରିଥିଲେ । ଏହି ବିସ୍ଫୋରଣରେ ୧୬୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଭାରତର ଅନୁରୋଧକ୍ରମେ ପାକିସ୍ତାନରେ ରହୁଥିବା ଏହି କାନାଡା ବ୍ୟବସାୟୀକୁ ଆମେରିକାର ଲସ ଆଞ୍ଜେଲସରୁ ଜୁନ ୧୦ରେ ଗିରଫ କରାଯାଇଥିଲା । ଜାମିନ ଆବେଦନରେ ତାହୱୁର ରାଣା ଲସ୍ ଆଞ୍ଜେଲସ୍ ଜିଲ୍ଲା କୋର୍ଟରେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ଏବଂ ଏହା ବ୍ୟତୀତ ସେ ଜେଲରେ ଥିବାବେଳେ ଦୁଇଥର ହୃଦଘାତର ଶିକାର ମଧ୍ୟ ହୋଇଛନ୍ତି । ତେବେ କୋର୍ଟରେ ରାଣାଙ୍କ ଏହି ଯୁକ୍ତିକୁ ଆମେରିକା ସରକାର ବିରୋଧ କରିଛନ୍ତି । କୋର୍ଟ ମଧ୍ୟ ତାହୱୁର ରାଣାକୁ ଜାମିନକୁ ଖାରଜ କରିଦେଇଛନ୍ତି । ଜାମିନ ଆବେଦନକୁ ଖାରଜ କରିବା ସହିତ ଆମେରିକା କୋର୍ଟ କହିଛନ୍ତି, ମୁମ୍ବାଇ ଆକ୍ରମଣରେ ତାହୱୁର ରାଣାର ଭୂମିକା ଅତ୍ୟନ୍ତ ଜଘନ୍ୟ ଥିଲା ଯେ ତାକୁ ଜାମିନରେ ଛଡାଯାଇପାରିବ ନାହିଁ । ଏହା ସମାଜ ପାଇଁ ବିପଦ ବୋଲି କୋର୍ଟ କହିଛନ୍ତି । ତାହୱୁର ରାଣା ଏବଂ ତାର ବନ୍ଧୁ ଡେଭିଡ୍ ହେଡଲୀ ଉଭୟ ୨୦୦୬ ମସିହାରୁ ମୁମ୍ବାଇରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ । ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ମୁମ୍ୱାଇରେ ବଡ ଧରଣର ଆକ୍ରମଣ କରିଥିଲେ । ତେବେ ତାହୱୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବା ପାଇଁ ଦିଆଯାଇଥିବା ପିଟିସନକୁ ଆମେରିକା ସରକାର ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ମୁମ୍ବାଇ ଆକ୍ରମଣ ମାମଲାରେ ସଂପୃକ୍ତି ଥିବା ଦର୍ଶାଇ ଭାରତ ପକ୍ଷରୁ ତାହୱୁର ରାଣା ବିରୁଦ୍ଧରେ ଏକ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ତାକୁ ଦୋଷୀ ବୋଲି ଅବିହିତ କରାଯାଇଛି ।

Leave A Reply

Your email address will not be published.