ରାଜସ୍ଥାନ ପୌର ନିର୍ବାଚନରେ ବାଜି ମାରିଲା କଂଗ୍ରେସ

0 65

ଜୟପୁର,୧୪ ।୧୨: ରାଜସ୍ଥାନ ପୌର ପରିଷଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ନିର୍ବାଚନରେ କଂଗ୍ରେସ ୬୨୦ଟି ୱାର୍ଡରେ ବିଜୟ ଲାଭ କରିଥିବା ବେଳେ ସ୍ୱାଧିନ ପ୍ରାର୍ଥୀମାନେ ୫୯୫ଟି ୱାର୍ଡକୁ ଦଖଲ କରିଛନ୍ତି । ସେହିପରି ବିଜେପି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଛି । ଦଳକୁ ୫୪୮ ୱାର୍ଡରେ ବିଜୟ ମିଳିଛି । ସୂଚନାଯୋଗ୍ୟ, ୫୦ଟି ସହରର ୧୭୭୫ ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ବିଜୟ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ଉପରେ ଭରସା ଅତୁଟ ରଖିଥିବାରୁ ସେ ଭୋଟରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ତେବେ ବିଜେପି କହିଛି ଯେ, କଂଗ୍ରେସର ଏହା ଲୋକ ଦେଖାଣିଆ ଖୁସି । ସରକାରରେ ଥିବା ସତ୍ତେ୍ୱ ରାଜ୍ୟରେ କଂଗ୍ରେସଠୁ ଅଧିକ ଆସନ ବିଜେପି ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ଜିତିଛନ୍ତି । ଯାହା ସରକାର ବିରୋଧରେ ଥିବା ସ୍ପଷ୍ଟ କରୁଥିବା ଦଳ କହିଛି । ନିର୍ବାଚନ ଆୟୋଗ ପିଏମ ମେହେରାଙ୍କ ସୂଚନାନୁସାରେ ଡିସେମ୍ବର ୧୧ରେ ରାଜ୍ୟର ୫୦ଟି ପୌରପାଳିକା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୭୯.୯୦ ପ୍ରତିଶତ ଭୋଟି ହୋଇଥିଲା । ରବିବାର ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଥିଲା । ମୋଟ୍ ୧୭୭୫ ୱାର୍ଡରୁ କଂଗ୍ରସ ୬୨୦, ବିଜେପି ୫୪୮, ବିଏସପି ୭, ସିପିଆଇ ୨, ଆରଏଲପି ୧ ଓ ସ୍ୱାଧିନ ପ୍ରାର୍ଥୀମାନେ ୫୯୫ଟି ୱାର୍ଡରେ ଜିତିଛନ୍ତି । ପୌରାଧ୍ୟକ୍ଷ ପାଇଁ ଡିସେମ୍ବର ୧୪ ସୋମବାର ସୂଚନା ଜାରି ହେବ । ଏନେଇ ୧୬ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୭ ତାରିଖରେ ପ୍ରାର୍ଥୀପତ୍ର ଫେରସ୍ତ ପରେ ୨୦ ତାରିଖରେ ମତଦାନ ହେବ । ସେହିପରି ଉପାଧ୍ୟକ୍ଷ ପାଇଁ ଡିସେମ୍ବ ୨୧ ତାରିଖର ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.