କଙ୍ଗନାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଲେ ବିଧାୟକ

0 67

ମୁମ୍ବାଇ, ୧୪ ।୧୨ : ସର୍ବଦା ନିଜର ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଚିନ୍ତା ବଢ଼ିଛି । ସେ କରିଥିବା ଗୋଟିଏ ଟ୍ୱିଟକୁ ନେଇ ଶିବସେନାର ବିଧାୟକ ପ୍ରତାପ ସାରନାଏକ ତାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ପଠାଇଛନ୍ତି । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରତାପଙ୍କ ଘରେ ଚଢ଼ଉ କରିଥିଲା । ଏହି ସମୟରେ କଙ୍ଗନା ଟ୍ୱିଟ କରି କହିଥିଲେ ଯେ ବିଧାୟକ ପ୍ରତାପଙ୍କ ଘରୁ ପାକିସ୍ତାନ କ୍ରେଡିଟ୍ କାର୍ଡ ଇଡି ଜବତ କରିଛି । ଏଥିରେ କୌଣସି ସତ୍ୟତା ନଥିବାରୁ କଙ୍ଗନାଙ୍କ ନାଁରେ ପ୍ରତାପ ସ୍ୱାଧିକାର ନୋଟିସ୍ କରିଛନ୍ତି ଓ ପ୍ରିନ୍ସିପାଲ ସଚିବଙ୍କୁ ଏହାକୁ ତୁରନ୍ତ ସ୍ୱାଧିକାର ମାମଲାର ବିଚାର କରୁଥିବା କମିଟି ନିକଟକୁ ପଠାଇବାକୁ ଅନୁରୋଧ କରିଛନ୍ତି । ଏହାପୂର୍ବରୁ ମଧ୍ୟ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ବେଳେ କଙ୍ଗନାଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ ଆସିଥିଲା । ସେତେବେଳେ କଙ୍ଗନା ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହ ତୁଳନା କରିଥିଲେ ।

Leave A Reply

Your email address will not be published.