ମହାମାରୀ ଯୋଗୁଁ ଇସ୍ରୋର ବ୍ୟାପକ କ୍ଷତି

0 68

ନୂଆଦିଲ୍ଲୀ ୧୪/୧୨ : କରୋନା ମହାମାରୀରେ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ କ୍ଷତି ବ୍ୟାପକ ହୋଇଛି । ଭାରତୀୟ ମହାକାଶ ଗବେଷଣ ସଂସ୍ଥା ମଧ୍ୟ ମହାମାରୀ ମଧ୍ୟରେ ବ୍ୟାପକ କ୍ଷତି ସହିଛି । ଇସ୍ରୋ ପ୍ରତିବର୍ଷ ବିଦେଶୀ ସାଟେଲାଇଟ୍ ଲଞ୍ଚ କରିବା ସହିତ ଅନ୍ତାରୀକ୍ଷ କାର୍ଯ୍ୟକ୍ରମଗୁଡିକ ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ରୋଜଗାର କରେ । କିନ୍ତୁ ଚଳିତ ବର୍ଷ ଏହି ରୋଜଗାର ଖସିଆସି ମାତ୍ର ୮ କୋଟି ରହିଛି । ମହାମାରୀ କାରଣରୁ ଅନେକ ଦେଶମାନଙ୍କରେ ହେବାକୁ ଥିବା ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଯାହାଫଳରେ କି ମହାକାଶ ଗବେଷଣା ସଂସ୍ଥା ଗୁଡିକର ବ୍ୟାପକ କ୍ଷତି ଘଟିଛି । ଆରଟିଆଇ କର୍ମୀ ରଂଜନ ତୋମାରଙ୍କ ଏକ ପ୍ରଶ୍ନର ଉତ୍ତରରେ ର ବାଣିଜ୍ୟିକ ବାହୁ ଆଣ୍ଟ୍ରିକ୍ସ କର୍ପୋରେସନ୍ କହିଛି ବର୍ଷ ୨୦୧୯-୨୦ରେ ମାତ୍ର ୮.୦୯ କୋଟି ରୋଜଗାର ହୋଇଛି । ୨୦୧୮-୧୯ ବର୍ଷରେ ୩୩୧.୯୭ କୋଟି ଟଙ୍କା ରୋଜଗାର କରିଥିଲା । ସେହିଭଳି ୨୦୧୭-୧୮ରେ ୨୩୯.୧୨ କୋଟି ଟଙ୍କା ରୋଜଗାର ହୋଇଥିବା ପକ୍ଷରୁ ସୂଚନା ଦିଆଯାଇଛି । କରୋନା ମହାମାରୀ କାରଣରୁ ବିଭିନ୍ନ ମହାକାଶ ଗବେଷଣା ଜନୀତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଏହାର ପ୍ରଭାବ ପଡିଛି । ତେବେ ଏବେି ସ୍ଥିତି ସ୍ୱାଭାବିକ ହୋଇନିଥିବାରୁ ଆଗାମୀ ଦିନରେ ମହାକାଶ ଗବେଷଣା ସଂସ୍ଥାମାନେ ଆହୁରି କ୍ଷତି ସହିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.