ବବି ଦେଓଲ ଓ ପ୍ରକାଶ ଝାଙ୍କୁ କୋର୍ଟ ନୋଟିସ୍

0 68

ଯୋଧପୁର, ୧୪ ।୧୨ : ବଲିଉଡ଼ ଅଭିନେତା ବବି ଦେଓଲ ଓ ନିର୍ମାତା ତଥା ନିର୍ଦେଶକ ପ୍ରକାଶ ଝାଙ୍କୁ ଯୋଧପୁର କୋର୍ଟ ନୋଟିସ ପଠାଇଥିବା ଜଣାପଡିଛି । ଏମ୍ଏକ୍ସ ପ୍ଲେୟାରରେ ରିଲିଜ୍ ହୋଇଥିବା ଚର୍ଚ୍ଚିତ ୱେବସିରିଜ “ଆଶ୍ରମ’କୁ ନେଇ କୋର୍ଟ ଏହି ନୋଟିସ୍ ପଠାଇଛନ୍ତି । ମାମଲାରେ ଆଗାମୀ ଶୁଣାଣି ଜାନୁଆରୀ ୧୧ ତାରିଖରେ ହେବ । ୧୧ ତାରିଖ ସୁଦ୍ଧା ଉଭୟଙ୍କୁ କୋର୍ଟଙ୍କ ନୋଟିସର ଜବାବ ଦେବାକୁ ପଡ଼ିବ । ଏମ୍ଏକ୍ସ ପ୍ଲେୟାରରେ ରିଲିଜ୍ ହୋଇଥିବା ଆଶ୍ରମ ୱେବ୍ ସିରିଜରେ ଆଶ୍ରମ ଭିତରେ ମହିଳାଙ୍କ ସହ ହେଉଥିବା ଉତ୍ପୀଡ଼ନକୁ ଦର୍ଶାଯାଇଥିଲା ।ଏହାପରେ ସିରିଜ୍ର ନିର୍ମାତା ଓ କଳାକାରମାନଙ୍କ ଉପରେ ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ ହୋଇଥିଲା ।ଏହାକୁ ନେଇ ପ୍ରକାଶ ଝା କହିଥିଲେ ଯେ, ଦୁଇ ସାଧୁଙ୍କୁ ନେଇ ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ରହିଛି ସେହି ଆଧାରରେ “ଆଶ୍ରମ’ ୱେବସିରିଜ ନିର୍ମାଣ କରାଯାଇଛି । ସେହିପରି ୱେବସିରିଜରେ ଧର୍ମ ନାମରେ ଠକେଇ କରୁଥିବା ବାବାମାନଙ୍କ ବିରୋଧରେ ଦର୍ଶାଯାଇଛି । ୪୦୦ ମିଲିୟନରୁ ଅଧିକ ଲୋକ ଏହି ୱେବସିରିଜ ଦେଖି ସାରିଛନ୍ତି ବୋଲି ବବି ଦେଓଲ କହିଛନ୍ତି ।

Leave A Reply

Your email address will not be published.