ରାଜନୀତି ଛାଡିବେ କମଳନାଥ !

0 81

ଭୋପାଳ, ୧୪ ।୧୨ : ମଧ୍ୟପ୍ରଦେଶରେ ପ୍ରଥମେ ସରକାର ଭୁଶୁଡିବା ପରେ ଉପ-ନିର୍ବାଚନରେ ମଧ୍ୟ ପରାଜୟ ବରଣ କରିଛି କଂଗ୍ରେସ । ଏହାରି ମଧ୍ୟରେ ପୂର୍ବତନ ମୂଖ୍ୟମନ୍ତ୍ରୀ କମଳନାଥ ବଡବୟାନ ଦେଇଛନ୍ତି । ରବିବାର ଛିଦୱାଡାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ କମଳନାଥ ରାଜନୀତି ଛାଡିବାକୁ ସଙ୍କେତ ଦେଇଛନ୍ତି । ସେ ମଞ୍ଚରେ କହିଛନ୍ତି “ଏବେ ମୁଁ ଆରାମ କରିବାକୁ ଚାହୁଁଛି । ମୁଁ ଅନେକ କିଛି ହାସଲ କରିଛି ‘ । କଂଗ୍ରେସ ଦଳ ମଧ୍ୟରୁ କମଳନାଥଙ୍କ ବିରୁଦ୍ଧରେ କୁହୁଳୁଥିବା ନିଆଁ ଭିତରେ ତାଙ୍କର ଏହି ବୟାନ ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ କମଳନାଥ କେବଳ ପଦ ଛାଡିବାକୁ ଚାହୁଁଛନ୍ତି କି ରାଜନୀତିରୁ ସନ୍ୟାସ ନେବାକୁ ଚାହୁଁଛନ୍ତି ତାହା ଜଣାପଡିନାହିଁ । କମଳନାଥ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧି ଦଳ ନେତା ସହିତ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ତେବେ କିଛିଦିନ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଉପ-ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଅନେକ ନେତା ଖୋଲାଖୋଲି ଭାବେ କମଳନାଥଙ୍କ ଉପରେ ଭୁଲ ରଣନୀତି ଅଭିଯୋଗ ଆଣି ଅସନ୍ତୋଷବ୍ୟକ୍ତ କରିଥିଲେ । ରାଜ୍ୟରେ ଦଳର ନେତାମାନେ ଲଗାତାର ଭାବେ କହିଆସୁଛନ୍ତି ଯେ, ଏବେ ଦଳରେ ଯୁବ ନେତତ୍ୱଙ୍କ ଆବଶ୍ୟକତା ରହିଛି । ରାଜ୍ୟରେ କଂଗ୍ରେସକୁ ସୁଦୃଢ କରିବାକୁ ହେଲେ ଜଣେ ଲୋକପ୍ରିୟ ତେନୃତ୍ୱଙ୍କୁ ଦାୟିତ୍ୱ ନେବାକୁ ପଡିବ ବୋଲି ଅନେକ ଦାବି କରୁଛନ୍ତି । ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କମଳନାଥ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ତେବେ ସେତେବେଳେ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା । ଏହାର କିଛି ଦିନ ପରେ ଜ୍େୟାର୍ତିଆଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ସିନ୍ଧିଆ ବିଜେପିରେ ମିଶିବା ପରେ ମଧ୍ୟ ପ୍ରଦେଶ କଂଗ୍ରେସର କିଛି ବିଧାୟକ ମଧ୍ୟ କଂଗ୍ରେସ ଛାଡି ଗେରୁଆ ଦଳରେ ସାମିଲ ହୋଇଥିଲେ । ଯାହ ଫଳରେ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଥିଲା

Leave A Reply

Your email address will not be published.