ଫାଇଜର କରୋନା ଟିକାକୁ ଆଉ ଗୋଟିଏ ଦେଶରେ ମିଳିଲା ଅନୁମତି

0 72

ସିଙ୍ଗାପୁର, ୧୪ ।୧୨ : ବ୍ରିଟେନ, ବାହାରିନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସିଙ୍ଗାପୁରରେ ଗ୍ରୀନ ସିଗ୍ନାଲ ମିଳିଛି । ଡିସେମ୍ବର ଶେଷ ଭାଗରେ ଏହାର ପ୍ରଥମ ଡୋଜ୍ ଲୋକଙ୍କୁ ଦିଆଯିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି । ସେ କହିଛନ୍ତି, ୨୦୨୧ର ତୃତୀୟ କ୍ୱାର୍ଟର ସୁଦ୍ଧା ଦେଶର ସମସ୍ତ ୫.୭ ମିଲିୟନ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ । ଏହାକୁ ଦେଶର ସମସ୍ତ ନାଗରିକ ଓ ସିଙ୍ଗାପୁରରେ ଦୀର୍ଘଦିନ ହେଲା ବସବାସ କରୁଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାଗେ ମାଗଣାରେ ଉପଲବ୍ଧ କରାଯିବ । ସେହିପରି କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏହା ସ୍ୱେଚ୍ଛାକୃତ । କିନ୍ତୁ ଟିକା ସୁରକ୍ଷିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଲି ନିଜେ ଓ ଆଉ କିଛି ସରକାରୀ ଅଧିକାରୀ ଆରମ୍ଭରୁ ଫାଇଜର ଟିକା ଗ୍ରହଣ କରିବେ ।

Leave A Reply

Your email address will not be published.