ଦେଶରେ ତଳମୁହାଁ କରୋନା ଗ୍ରାଫ୍

0 74

ନୂଆଦିଲ୍ଲୀ, ୧୪ ।୧୨ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୨୭,୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଦିନ ୩୦,୨୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮ଲକ୍ଷ ପାର୍ ହୋଇଛି । ସେହିପରି ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୩ଲକ୍ଷ ପାର୍ ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୨୭,୦୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ଯାଏଁ ୯୮,୮୪,୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଦେଶରେ ୧,୪୩,୩୫୫ଜଣଙ୍କର କୋଭିଡ଼ ଭାଇରସରେ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୦,୬୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହିପରି ଭାବେ ଦେଶରେ ବର୍ତ୍ତମାନ ଯାଏଁ ୯୩,୮୮,୧୫୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ସେପଟେ ଦେଶରେ ଲଗାତର କରୋନା ଆକ୍ଟିଭ କେସ୍ ୪ଲକ୍ଷ ତଳେ ରହିଛି । ବର୍ତ୍ତମାନ ଦେଶରେ କରୋନାର ଆକ୍ଟିଭ୍ କେସ୍ ୩,୫୨,୫୮୬ଜଣ ରହିଛନ୍ତି । ଭାରତରେ ଆକ୍ଟିଭ୍ କେସ୍ ଓ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ କରୋନାର ପ୍ରକୋପ କମୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.