ପବିତ୍ର ଧନୁ ସଂକ୍ରାନ୍ତି

0 64

ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ ୧୫।୧୨: ଶ୍ରୀମନ୍ଦିର ପରମ୍ପରା ଅନୁସାରେ ପବିତ୍ର ଧନୁ ସଂକ୍ରାନ୍ତି ଆଜିଠାରୁ  ଶୁଭାରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି । ଭୋର ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟିଥିବା ବେଳେ ପ୍ରତ୍ୟୁଷ ୬ଟା ୨୦ ମିନିଟ୍‌ରେ ଠାକୁରଙ୍କୁ ପହିଲି ଭୋଗ ଅର୍ପଣ ହୋଇଛି । ତେବେ ଧନୁ ସଂକ୍ରାନ୍ତି ଠାରୁ ଆସନ୍ତା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଳିତ ହେବ। ଜନଶ୍ରୁତି ରହିଛି ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା’ ଯଶୋଦା ବଡ଼ ଆଗ୍ରହରେ ଏହି ଦିନରେ ବିଭିନ୍ନ ସ୍ୱାଦିଷ୍ଟ ପିଠା ରାନ୍ଧି ଶ୍ରୀକୃଷ୍ଣଙ୍କୁ ପରସି ଦେଇଥାନ୍ତି। ଏହାକୁ ସ୍ମରଣ କରାଯାଇ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ପାଳିତ ହେଉଛି। ପହିଲି ଭୋଗରେ ମହାପ୍ରଭୁଙ୍କୁ ବଡ଼ ଝିଲି, ବଡ଼ି, ନାଡ଼ି, ଚୁଡ଼ା ଭଜା, ଛତୁ, ବଡ଼ା, କାକରା, ଟାକିରି, ଗଇଣ୍ଠା, ମଣ୍ଡା, ଏଣ୍ଡୁରି,ଚୁଡ଼ାପୁଆ , ଅମାଲୁ, ଚଢ଼େଇନେଦା ଗୁଳା, ଦରସୁଆ ବଡ଼ି, କାନ୍ତି, ନଡ଼ୁ ଗଜା, ନଳି ମୁଗେଇ, ଆରିସା ଓ କଣ୍ଟେଇ ଆଦି ବିଭିନ୍ନ ଭୋଗ ଅର୍ପଣ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରହି ଠାକୁରଙ୍କ ରୀତିନୀତି ଶୃଙ୍ଖଳିତ କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.