ରାଜ୍ୟ ସରକାରଙ୍କ କରୋନା ଟୀକା ପାଇଁ ପ୍ରସ୍ତୁତି

0 47

ସ୍ପଟ ପଞ୍ଜିକରଣ ମନା

ଭୁବନେଶ୍ୱର ୧୫।୧୨: ରାଜ୍ୟ ସରକାରଙ୍କ କରୋନା ଟୀକାକରଣ ପାଇଁ ଜୋରଦାର ପ୍ରସ୍ତୁତି । କରୋନା ଟୀକା ଆସିଲେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ । ସ୍ପଟ ପଞ୍ଜିକରଣ ହେବ ନାହିଁ । କେବଳ ପୋଟାଲ ଜରିଆରେ ପଞ୍ଜିକରଣ ହେବ । କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ,  ପରିଚୟ ପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ଗୋଟିଏ ସେଣ୍ଟରରେ ୧୦୦ ରୁ ୨୦୦ ଶହ ଲୋକଙ୍କୁ ଟୀକା ଦିଆଯିବ । ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ୨ ରୁ ୮ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଟୀକା ସଂରକ୍ଷଣର ବ୍ୟବସ୍ଥା ରହିଛି । ରାଜ୍ୟ ସ୍ତରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଟୀକାକରଣ ପାଇଁ ୩ ଲକ୍ଷରୁ ଅଧିକ ଲୋକଙ୍କ ଚିହ୍ନଟ କରାଯାଇଛି । ଟୀକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟ କର୍ମୀ ଆବଶ୍ୟକ ସେତିକି ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି ।

Leave A Reply

Your email address will not be published.