ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ ଦେଖାଯିବ

0 68

ଭୁବନେଶ୍ୱର: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ । ତେବେ ଭାରତରେ ଏହି ପରାଗ ଦେଖାଯିବ ନାହିଁ ।କେବଳ ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଆଂଶିକ ପରାଗ ଉତ୍ତର ଆମେରିକା, ଉତ୍ତର ଆଫ୍ରିକା ତଥା ଆଣ୍ଟାର୍କଟିକାର କିଛି ଅଞ୍ଚଳରେ ଦେଖାଯିବ। ଏହା ଭାରତୀୟ ସମୟ ସନ୍ଧ୍ୟା ୭ଟା ୩ ମିନିଟରୁ ଆରମ୍ଭ ହୋଇ ରାତି ୧୨ଟା ୩୦ ମିନିଟ୍ ବେଳକୁ ଶେଷ ହେବ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିଅମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ କହିବା ଅନୁସାରେ, ୨୦୨୨ ମସିହା ଅକ୍ଟୋବର ୨୫ ତାରିଖରେ ଭାରତରେ ପରବର୍ତ୍ତୀ ସୂଯର୍ୟପରାଗ ଦେଖାଯିବ।

Leave A Reply

Your email address will not be published.