ଜିଲ୍ଲା ଯୋଗାଣ ଇନଫୋର୍ସମେଣ୍ଟ୍ ସ୍କ୍ଵାର୍ଡ ତରଫରୁ ବନ୍ଦିତା ଏଣ୍ଟରପ୍ରାଇଜେସ୍ ର ସିଲ୍

0 65

କର୍ଲIମୁଣ୍ଡା – ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷିଙ୍କୁ ଧାନର ନ୍ୟାର୍ଯ୍ୟ ପ୍ରାପ୍ୟ ଦେବାପାଇଁ ମଣ୍ଡି ମାଧ୍ୟମରେ ଧାନବିକ୍ରିର ବ୍ୟବସ୍ଥା କରିଛନ୍ତି ।ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତି ବିରୁଦ୍ଧରେ ସାରା ଦେଶରେ କୃଷକ ମାନେ ଆନ୍ଦୋଳନ କରୁଥିବା ବେଳେ କୃଷକର ଧାନ ବିକ୍ରୟରେ ଯୋଗାଣ ବିଭାଗର ନୀରବତା ଯୋଗୁଁ କିଛି ଅସାଧୁ ଧାନ ବେପାରୀ ମାନେ ମାଲେମାଲ୍ ହେଉଛନ୍ତି ।ଗତ ତା ୧୪/୧୨/୨୦୨୦  ରିଖ ଦିନ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡ଼ବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡ଼ବରା ଛକରେ ଥିବା ବନ୍ଦିତା ଏଣ୍ଟରପ୍ରାଇଜେସ୍ ର ମାଲିକ ଶ୍ରୀ ଯୁବରାଜ ରଣା ତାଙ୍କ ଗାଡିରେ ଧାନ ବୋଝେଇ ହୋଇଥିବାର ଖବର ପାଇ ଅତିରିକ୍ତ ଯୋଗାଣ ଅଧିକାରିଙ୍କ ନେତୃତ୍ବରେ ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ ବନ୍ଦିତା ଏଣ୍ଟରପ୍ରାଇଜେସ୍ ର ଗୋଦାମ ସମ୍ମୁଖରେ ଥିବା ଧାନ ବୋଝେଇ 407 ଗାଡି ନମ୍ବର  ଓ ଆର୍ 08 ଇ 6863 ଠରେ ୧୦୦ ବସ୍ତା ଧାନ ଲୋଡ୍ ହୋଇଥିବାର ଠାବ କରିବା ପରେ ଏହି ଧାନ ମ;ରାମପୁର (ପାଇକସଢେଲ୍ )ମୁଡିଙ୍ଗ୍ ମଣ୍ଡି ଠାରୁ ଯାଉଥିବାର ଏକ ହାତଲେଖା ଚାଲାଣ ଏନଫୋର୍ସମେଣ୍ଟ ସ୍କ୍ଵାର୍ଡ କୁ ଦେଖାଇଥିଲେ ।ଏଥିରୁ ସ୍ପଷ୍ଟ ଅନୁମେୟ ହୁଏଯେ ମ;ରାମପୁର ପଟେ ଯାଉଥିବା ଧାନ ବୋଝେଇ ଗାଡି ବିପରିତ ଦିଗ ଅର୍ଥାତ କର୍ଲାମୁଣ୍ଡା ପଟେ ରାସ୍ତାରେ ଥିଲା ।ତଦନ୍ତ ପରେ କର୍ଲାମୁଣ୍ଡା ତହସିଲଦାର ଶ୍ରୀମତୀ ବାସନ୍ତୀ ସେଠୀଙ୍କ ଜୁନିୟର ମାଜିଷ୍ଟ୍ରେଟ ଦାୟୀତ୍ଵରେ ବନ୍ଦିତା ଏଣ୍ଟରପ୍ରାଇଜେସ୍ ର ଗୋଦାମ ଖୋଲି ସେଠାରୁ ଅନୁମାନିକ୍ ପ୍ରାୟ ୧୫୨ ବସ୍ତା ଧାନ , ସରକାର ଦେଉଥିବା ୧ଟଙ୍କିଆ ଚାଉଳ ୪୦ ବସ୍ତା ଓ ୫୨ ବସ୍ତା ୟୁରିଆ ସାର ଜବତ କରି ଗୋଦାମକୁ ସିଲ୍ କରିଛନ୍ତି ।ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଏହିକିଯେ ସାରା ରାଜ୍ୟରେ ଚାଷିଙ୍କ ପାଇଁ ୟୁରିଆ ସାର ଅଭାବି ବିକ୍ରି ଚାଲିଥିବା ସମୟରେ ଆଜି ପର୍ଯ୍ୟନ୍ତ କିପରି ଭାବରେ ଏତେ ବସ୍ତା ସଂଖ୍ୟକ ୟୁରିଆ ସାର ଗୋଦାମ ଭିତରେ ଗଚ୍ଛିତ ହୋଇ ରହିଅଛି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ ଗୁମର ଖୋଲିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଯୋଗାଣ ବିଭାଗର ନୀରବତା ଯୋଗୁଁ ସରକାରଙ୍କ  ପିଡିଏସ୍ ଚାଉଲ ଗୋଦାମରେ ଷ୍ଟକ୍ ରଖି ରିସାଇକ୍ଲିଙ୍ଗ୍ ହେବାର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା ।ଗୋଦାମରେ ପିଡିଏସ୍ ଚାଉଳ ,ୟୁରିଆ ସାର ଷ୍ଟକ୍ ଥିବା ସମୟରେ କିପରି ଭାବରେ ଜଣେ ଚାଷିଙ୍କର ଧାନ ଉକ୍ତ ଗୋଦାମରେ ଷ୍ଟକ୍ ଦେଖାଇ ତଦନ୍ତକୁ ବିଭ୍ରାନ୍ତି କରୁଥିବାର ଅନୁମେୟ କରାଯାଏ ।ସରକାର ସ୍ଵଚ୍ଛ ଶାସନ ପାଇଁ 5ଟି ଲାଗୁ କରିଥିବା ସମୟରେ ଏହାର ସଫଳ ରୁପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି  ।ସାଧାରଣରେ ଦାବିହୁଏ ଜିଲ୍ଲା ପ୍ରଶାସନ ଓ ସରକାର ଏହାର ଉପଯୁକ୍ତ ତଦନ୍ତ କରି କଳାବେପାରିଙ୍କୁ ଉପଯୁକ୍ତ ଶାସ୍ତି ଦେଲେ ଜନସାଧାରଣ ମୌଳିକ ସୁବିଧାର ଲାଭ ଉଠାଇ ପାରିବେ ଓ କଳା କାରନାମା ର ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଏ ।

Leave A Reply

Your email address will not be published.