ମହେନ୍ଦ୍ରଗିରି ସବୁଜିମା ସୁରକ୍ଷା ସଚେତନତା ପାଇଁ ବୁଲେଟ ଦଳର ଯାତ୍ରା

0 55

ପାରଳାଖେମୁଣ୍ଡି,୧୫ା୧୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରୁ ମହେନ୍ଦ୍ରଗିରିର ସବୁଜିମା ସୁରକ୍ଷା ପାଇଁ ଏକ ୧୨ଜଣିଆ ବୁଲେଟ ଚାଳକ ଦଳ ଯାତ୍ରା କରି ଫେରିଥିବା ଜଣାପଡିଛି । ଏହି ୧୨ଜଣିଆ ଦଳ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ସେଠାରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବାପରେ ସ୍ଥାନୀୟ ରାଜନହର ସମ୍ମୁଖରୁ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଆରୋହଣ କରିବା ସକାଶେ ବାହାରିଥିଲେ । ଏହି ୧୨ ଜଣିଆ ଦଳ ରବି ସାହୁକାରଙ୍କ ନେତୃତ୍ୱରେ ମହେନ୍ଦ୍ରଗିରି ପର୍ବତ ଆରୋହଣ କରିଥିଲେ । ଏହି ଦଳ ସହରରେ କିଛି ଦିନ ଏକ ଏନଫିଲ୍ଡ ଗ୍ରୁପ ଦଳ ଗଠନ କରି ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରୁଛନ୍ତି । ପ୍ରଥମ ଥର ପାଇଁ ଏହିପରି ଏକ ଦୁଇଚକିଆ ଯାନଧାରୀ ଦଳ ମହେନ୍ଦ୍ରଗିରି ଶିଖରରେ ପହଞ୍ôଚଥିବା ଜଣାପଡିଛି । ପୌରାଣିକ ମହେନ୍ଦ୍ର ପର୍ବତର ଶୋଭାରାଜି ତଥା ତାର ଜୈବିକ ଏବଂ ସବୁଜିମାର ସୁରକ୍ଷା ପାଇଁ ଏହି ଦଳ ଏକ ସଚେତନତା ବାର୍ତ୍ତା ବିଭିନ୍ନ ମହଲରେ ପହଞ୍ଚାଇଛନ୍ତି । ଏହି ଦଳ ସେଠାରେ ମହେନ୍ଦ୍ରଗିରିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତାହା କିପରି ସୁରକ୍ଷିତ ରହିପାରିବ ଏବଂ ତାହା କିପରି ଉନ୍ନୟନ ହୋଇପାରିବ ଅନୁଧ୍ୟାନ କରି ଫେରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମହେନ୍ଦ୍ରଗିରି ପର୍ବତକୁ ନୂତନ ଭାବେ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବାରୁ ଏହିପରି ଏନ୍ଫିଲ୍ଡ ଦଳର ଯାତ୍ରା ସଫଳ ହୋଇଥିବା ଚର୍ଚ୍ଚା ହେବା ସହ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ ଓ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.