ହିମାଂଶୁଙ୍କ ସହ ଲେଖିକା କନିକା ଧିଲ୍ଲନ୍‌ଙ୍କ ନିର୍ବନ୍ଧ

0 45

ଫଟୋ ଭାଇରାଲ୍

ନୂଆଦିଲ୍ଲୀ ୧୫/୧୨: ରାଇଟର କନିକା ଧିଲ୍ଲନ୍ ହିମାଂଶୁ ଶର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି। କନିକା ଏବଂ ହିମାଂଶୁ ଦୁହେଁ ବଲିଉଡର ଅନେକ ଲୋକପ୍ରିୟ ଫିଲ୍ମର କାହାଣୀ ଲେଖିଛନ୍ତି। ସୋସିଆଲ୍ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହୋଇଛି। କନିକା ନିର୍ବନ୍ଧର ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନିର୍ବନ୍ଧରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଅନ୍ୟ ପଟେ ହିମାଂଶୁ ବ୍ଲ୍ୟୁ କଲରର କୁର୍ତ୍ତା-ପାଇଜାମା ଏବଂ ହ୍ବାଇଟ୍ ଜ୍ୟାକେଟରେ ହ୍ୟାଣ୍ଡସମ୍ ଦେଖାଯାଉଥିଲେ। ଫଟୋ ସେୟାର କରି କନିକା ଲେଖିଥିଲେ ଯେ,‘ – #Famjam and more .. with #himanshusharma

କନିକା ଏବଂ ହିମାଂଶୁ ବର୍ଷେ ଡେଟ୍ କରିବା ପରେ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ହିମାଂଶୁଙ୍କ ପୂର୍ବରୁ ଫିଲ୍ମମେକର ପ୍ରକାଶ କୋଭଲାମୁଡିଙ୍କ ସହ କନିକାଙ୍କ ବିବାହ ହୋଇଥିଲା। ୨୦୧୯ରେ ଦୁହେଁ ନିଜ ରାସ୍ତା ଅଲଗା କରି ଦେଇଥିଲେ। ୨୦୧୯ରେ ଅଗଷ୍ଟରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା। ସେହିପରି ହିମାଂଶୁ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ସହ ରିଲେସନରେ ଥିଲେ। କିନ୍ତୁ ଦୁହେଁ ପରସ୍ପର ସହ ବ୍ରେକଅପ୍ କରି ଦେଇଥିଲେ ଏବଂ ଅଲଗା ହୋଇଯାଇଥିଲେ।  ହିମାଂଶୁ ‘ତନୁ ଓ୍ବେଡସ୍ ମନୁ’, ‘ତନୁ ଓ୍ବେଡସ୍ ମନୁ ରିଟର୍ଣ୍ଣସ୍’ ଏବଂ ‘ରାଞ୍ଝଣା’ ଭଳି ଫିଲ୍ମର ସ୍କ୍ରିପ୍ଟ ଲେଖିଛନ୍ତି। ସେହିପରି କନିକା ଧିଲ୍ଲନ୍ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ମନମର୍ଜିୟାଁ’ର ସ୍କ୍ରିପ୍ଟ ଲେଖିଛନ୍ତି। ଏହା ବ୍ୟତୀତ ସେ ‘କେଦାରନାଥ’,‘ଜଜମେଣ୍ଟାଲ ହେ କ୍ୟା’ ଏବଂ ‘ଗିଲ୍ଟି’ଭଳି ଅନେକ ଫିଲ୍ମର ସ୍କ୍ରିପ୍ଟ ଲେଖିଛନ୍ତି। ତାପସୀ ପନ୍ନୁଙ୍କ ଅପକମିଂ ଫିଲ୍ମ ହସିନ ଦିଲରୁବା ମଧ୍ୟ କନିକା ଲେଖିଛନ୍ତି। କନିକା ଏବଂ ହିମାଂଶୁଙ୍କ ରାଇଟିଂ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥାଏ।

Leave A Reply

Your email address will not be published.