ଅର୍ଜୁନ ରାମପଲଙ୍କୁ ପୁଣିଥରେ ସମନ

0 65

ମୁମ୍ୱାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ଡ୍ରଗ୍ସ ଲିଙ୍କର ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି ଏନସିବି ବଲିଉଡ ଅଭିନେତା ଅର୍ଜୁନ ରାମପଲଙ୍କୁ ପୁଣିଥରେ ସମନ କରିଛି । ଆସନ୍ତାକାଲି ତାଙ୍କୁ ମୁମ୍ୱାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ନଭେମ୍ବର ୧୩ରେ ଏନସିବି ଅର୍ଜୁନଙ୍କୁ ମାରଥନ ଜେରା କରିଥିଲା । ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଲଗାତର ଦୁଇଦିନ ଏନସିବି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ନଭେମ୍ବର ୧୦ରେ ଏନସିବି ଅଧିକାରୀମାନେ ଅର୍ଜୁନ ରାମପଲଙ୍କ ଘରେ ରେଡ୍ କରିଥିଲେ । ଏହାପରେ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା । ଜେରା ବେଳେ ଡ୍ରାଇଭର ଦେଇଥିବା ତଥ୍ୟକୁ ଆଧାର କରି ଏନସିବି ଅଧିକାରୀମାନେ ରାମପଲ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ସମନ କରିଥିଲେ ।

Leave A Reply

Your email address will not be published.