ଅମୁଲର ପୂର୍ବତନ ନିର୍ଦ୍ଦେଶକ ବିପୁଲ ଚୌଧୁରୀ ଗିରଫ

0 70

ଗାନ୍ଧୀନଗର,୧୫ ।୧୨: ଗୁଜୁରାଟର ପୂର୍ବତନ ଗୃହମନ୍ତ୍ରୀ ତଥା ଅମୁଲର ପୂର୍ବତନ ନିର୍ଦ୍ଦେଶକ ବିପୁଲ ଚୌଧୁରୀଙ୍କୁ ସିଆଇଡି ଗିରଫ କରିଛି । ତାଙ୍କ ବିରୋଧରେ ୧୪.୮୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି । ଗୁଜୁରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ନିର୍ବାଚନର କିଛିଦିନ ପୂର୍ବରୁ ତାଙ୍କୁ ଗିରଫ କରାଯାଇଛି । ଏହି ନିର୍ବାଚନ ପ୍ରତି ୫ ବର୍ଷରେ ଥରେ ଜାନୁଆରୀ ମାସରେ ହୋଇଥାଏ । ଜିଏସଏମଏମଏଫ ନିଜ ଉତ୍ପାଦକୁ ଅମୁଲର ବ୍ରାଣ୍ଡ୍ ନେମ୍ରେ ବିକ୍ରି କରିଥାଏ । ବିପୁଲ ୨୦୧୪ରେ ଦୁଧସାଗର ଡାଏରୀର ମୁଖ୍ୟ ଥିଲେ । କିନ୍ତୁ ପରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ୨୨ କୋଟି ଟଙ୍କାର ଗୋଚାରା ଦୁର୍ନୀତିରେ ସେ ଛନ୍ଦି ହୋଇଥିଲେ । ସିଆଇଡିର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରସଙ୍ଗରେ କହିଛନ୍ତି ଯେ, ଅଭିଯୋଗ ଓ ପ୍ରମାଣ ଆଧାରରେ ଭିପୁଲଙ୍କୁ ଗିରଫ କରାଯାଇଛି । ୨୦୧୮ରେ ଟ୍ରିବ୍ୟୁନାଲ ବିପୁଲଙ୍କୁ ୨୨ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରାଯାଇଥିଲା । ସିଆଇଡି ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିପୁଲଙ୍କୁ କୋର୍ଟ ଦୁର୍ନୀତିର ୪୦ ପ୍ରତିଶତ ଅର୍ଥାତ ୯ କୋଟି ଟଙ୍କା ଜମା କରିବାକୁ କହିଥିଲେ । ବିପୁଲଙ୍କ ସହ ଆହୁରି ୪ଜଣ ଅଧିକାରୀ ୧୪.୮୦ କୋଟି ଚଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଏହି ଟଙ୍କା କର୍ପୋରେସନର ୧୯୩୨ ଜଣ ଅଧିକାରୀଙ୍କୁ ପ୍ରଦାନ କରାଯାଇଥାନ୍ତା । ଏନେଇ ଗାନ୍ଧୀନଗର ସ୍ଥିତ ସିଆଇଡି କ୍ରାଇମ୍ ପୋଲିସ ଷ୍ଟେସନରେ ଏଫଆଇଆର କରାଯାଇଥିଲା । ଏହାପରେ ଶନିବାର ବିପୁଲଙ୍କୁ ଶନିବାର ପୋଲିସ ଗାନ୍ଧୀନଗରରେ ଗିରଫ କରିଥିଲା । ତାଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.