ବାଇଡ଼େନଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ

0 72

ୱାଶିଂଟନ୍, ୧୫ ।୧୨ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ ବିଧିବଦ୍ଧ ମନୋନୀତ କରିଛି । ବାଇଡ଼େନ୍ ୩୦୬-୨୩୨ ଭୋଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରାଜିତ କରିଥିବା ଇଲେକ୍ଟୋରାଲ କଲେଜ ସୂଚନା ଦେଇଛି । ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ନିଜର ପରାଜୟକୁ ଅସ୍ୱୀକାର କରିବାରୁ ଇଲେକ୍ଟୋରାଲ କଲେଜ ଚଳିତ ବର୍ଷ ରାଜ୍ୟ-ରାଜ୍ୟ ଭୋଟକୁ ଗୁରତ୍ୱ ଦେଇ ଏହି ଘୋଷଣା କରିଛି । ଭୋଟରେ ଜାଲିଆତି ହୋଇଥିବା ଟ୍ରମ୍ପ ଅଭିଯୋଗ କରିବା ପରେ ବାଇଡ଼େନ୍ ଓ ଟ୍ରମ୍ପଙ୍କ ଭୋଟକୁ ଇଲେକ୍ଟୋରାଲ କଲେଜ ସମୀକ୍ଷା କରିଥିଲା ଓ ପ୍ରତ୍େୟକ ଭୋଟ ଅନୁଧ୍ୟାନ କରାଯାଇଥିଲା । ଫଳାଫଳକୁ ଆସନ୍ତା ଜାନୁଆରୀ ୬ ତାରିଖରେ ୱାଶିଂଟନ ପଠାଯିବ ଏବଂ କଂଗ୍ରେସର ମିଳିତ ଅଧିବେଶନରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଅଧ୍ୟକ୍ଷତା କରିବେ ।

Leave A Reply

Your email address will not be published.