ଦେହଜୀବୀ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

0 76

ଲକ୍ଷାଧିକ ଡଲାର କ୍ଷତିପୂରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫ ।୧୨: ନ୍ୟୁଜିଲାଣ୍ଡରେ ଜଣେ ଦେହଜୀବୀଙ୍କୁ ଯୌନ ନିର୍ଯାତନା ଦେବା ଜନୈକ ବ୍ୟବସାୟୀଙ୍କୁ ମହଙ୍ଗା ପଡିଛି । ଦେଶର ମାନବ ଅଧିକାର ଆୟୋଗ ପୀଡିତାଙ୍କୁ ଲକ୍ଷାଧିକ ଡଲାରର କ୍ଷତିପୂରଣ ଦେବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାଙ୍କ ଉଭୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ରୋଜଗାରରେ ହାନି ପହଁଚାଇବା ପାଇଁ ଏହି ଦଣ୍ଡ ଦିଆଯାଇଛି । ମାନବ ଅଧିକାର ଆୟୋଗର ନିର୍ଦ୍ଦେଶକ ମିଚେଲ୍ ଟିମିନସ୍ କହିଛନ୍ତି ଯେ, ପୀଡିତାଙ୍କୁ ବ୍ୟବସାୟୀଜଣଙ୍କ କର୍ମକ୍ଷେତ୍ରରେ ନିର୍ଯାତନା ଦେଇଥିଲେ । ଏହା ମୌଳିକ ଅଧିକାରର ହନନ ଅଟେ । ତେବେ ପୀଡିତାଙ୍କ ପରିଚୟକୁ ଗୋପନ ରଖାଯାଇଛି । ଦେହଜୀବୀ ଭାବେ ରୋଜଗାର କରୁଥିବା ସମସ୍ତ କର୍ମୀଙ୍କୁ ସମ୍ମାନ ମିଳିବା ଉଚିତ । ପୀଡିତାଜଣଙ୍କ ୨୦୧୪ରେ ଏନେଇ ମାନବାଧିକାର ଆୟୋଗରେ ଦ୍ୱାରସ୍ଥ ହୋଇଥିଲେ । କୌଣସୀ ଦେହଜୀବୀଙ୍କୁ ତାଙ୍କ ସମ୍ମାନରେ ଆଞ୍ଚ୍ ଆସିବା ଭଳି କିଛି କହିବା ଉଚିତ ନୁହେଁ । ଏପରିକି ଅପଶବ୍ଦ ପ୍ରୟୋଗ ମଧ୍ୟ କରିବା ଅନୁଚିତ । ମଙ୍ଗଳବାର ଦେହଜୀବୀଙ୍କୁ ନ୍ୟାୟ ମିଳିଛି । ଯାହା ଅନ୍ୟ ଦେହଜୀବୀଙ୍କ ପାଇଁ ଏକ ଉଦାହରଣ ଭଳି । ନ୍ୟାୟ ପାଇବା ଦ୍ୱାରା ଅନ୍ୟ ଦେହଜୀବୀମାନଙ୍କ ଆତ୍ମବିଶ୍ୱାସ ଓ ଭରସା ବଢିବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ସେକ୍ସ ୱାର୍କର ସଙ୍ଘର ସଦସ୍ୟ ଡେମ୍ କ୍ୟାଥେରିନ୍ । ସୂଚନାଯୋଗ୍ୟ, ୨୦୦୩ରେ ନ୍ୟୁଜିଲାଣ୍ଡରେ ଦେହଜୀବୀଙ୍କୁ ନ୍ୟାୟ ପାଇଁ ପ୍ରଷ୍ଟିଚ୍ୟୁସନ୍ ରିଫର୍ମ ଆକ୍ଟ ଲାଗୁ ହୋଇଥିଲା ।

Leave A Reply

Your email address will not be published.