ମୃତ ହରିଣ ଜବତ,ଜଣେ ଶିକାରୀ ଗିିରଫ ଅନ୍ୟ ଜଣେ ଫେରାର

0 67

ପାରଳାଖେମୁଣ୍ଡି,୧୬ା୧୨ -ଦକ୍ଷିଣ ଓଡିଶାର ସର୍ବ ବୃହତ ଘଞ୍ଚ ଲଖାରୀ ଜଙ୍ଗଲ ଗଜପତି ଜିଲ୍ଲାରେ ରହିଛି । ଏହି ଜଙ୍ଗଲ ବାଘ,ହାତୀ,ହରିଣ,ମୟୁର,ଜିଆଦ,ସମ୍ବର,ଝିଙ୍କ ଆଦିି ବହୁ ବନ୍ୟ ଜନ୍ତୁ ପଶୁ ଓ ପକ୍ଷୀଙ୍କ ଆବାସ ସ୍ଥଳୀ ଓ ଅଭୟାରଣ୍ୟ ଅଟେ । ହେଲେ ବନ୍ୟଜନ୍ତୁ ଓ ପଶୁ,ପକ୍ଷୀଙ୍କ ଚୋରା ଅବାଧ ଶିକାର ଯୋଗୁଁ ଏଠାରେ ଏମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏଭଳି ଭାବେ ଲଖାରୀ ଅଭୟାରଣ୍ୟରେ ଏକ ୫ବର୍ଷର ହରିଣକୁ ୨ଜଣ ଶିକାରୀ ଦେଶୀ ବନ୍ଧୁକ ଦ୍ୱାରା ଶିକାର କରିଛନ୍ତି । ଏହି ଘଟଣାର ଖବର ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିବା ପରେ ତୁରନ୍ତ ଡିଏଫଓ ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣକୁ ଜବତ କରିଥିଲେ । ପରେ ହରିଣକୁ ବ୍ୟବଚ୍ଛେଦ କରାଯାଇଥିଲା । ତା ଦେହରୁ ଦେଶୀ ଗୁଳି ବ୍ୟବଚ୍ଛେଦରେ ବାହ।।ରି ଥିଲା । ଏହାକୁ ଭିତ୍ତି କରି ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୨ଜଣ ଶିକାରୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିଲେ । ଗିରଫ ହୋଇଥିବା ଶିକାରୀ ହେଲେ ଅଡବା ଥାନା ଅଞ୍ଚଳର ଯୁବ ଗ୍ରାମର ଲାଜାର ମାଝି (୬୩) । ଏହି ଘଟଣାରେ ଅଭିଯୁକ୍ତକୁୁ ଚନ୍ଦନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟରେ ୧୦୯(ସି)ରେ ମାମଲା ରୁଜୁ କରି କୋର୍ଟକୁ ଚାଲାଣ କରାଯାଇଛି । ଫେରାର ଥିବା ଅନ୍ୟ ଜଣେ ଶିକାରୀକୁ ଅତି ତୁରନ୍ତ ଗିରଫ କରାଯିବ ବୋଲି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ପ୍ରକାଶ କରି କହିଛନନ୍ତି,ଲଖାରୀ ଅଭୟାରଣ୍ୟର ବନ୍ୟ ସମ୍ପଦ ସମେତ ବନ୍ୟଜନ୍ତୁ ଓ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ବ୍ୟାପକ ପେଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଏସବୁକୁ ରୋକାଯିବା ପାଇଁ ବହୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.