ବିଜୟ ଦିବସରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

0 126

ନୂଆଦିଲ୍ଲୀ, ୧୬ ।୧୨: ୧୯୭୧ ମସିହା ଆଜିର ଦିନରେ ଭାରତ ଆଗରେ ହାର ମାନିଥିଲା ପାକିସ୍ତାନ । ଆଉ ଭାରତୀୟ ସେନାବାହିନୀର ଏହି ବିଜୟକୁ ମନେ ପକାଇବା ପାଇଁ ପ୍ରତିବର୍ଷ ପାଳିତ ହେଉଛି “ବିଜୟ ଦିବସ’ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ଏହି ଘଟଣାକୁ ୫୦ ବର୍ଷ ହେଉଥିବା ବେଳେ ନୂଆଦିଲ୍ଲୀର ନ୍ୟାସନାଲ୍ ୱାର୍ ମେମୋରିଆଲରେ “ସ୍ୱର୍ଣ୍ଣିମ ବିଜୟ ମଶାଲ’ କାର୍ଯ୍ୟକ୍ରମ ଆୟାଜିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଶାଲ ପ୍ରଜ୍ୱଳିତ କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ “ସ୍ୱର୍ଣ୍ଣିମ ବିଜୟ ବର୍ଷ’ ଲୋଗୋ ଲୋକାର୍ପଣ କରିଛନ୍ତି । ୧୯୭୧ ମସିହାରେ ହୋଇଥିବା ଭାରତ-ପାକ୍ ଯୁଦ୍ଧ ପ୍ରାୟ ୧୩ ଦିନ ଧରି ଚାଲିଥିଲା ବେଳେ ଡିସେମ୍ୱର ୧୬ରେ ଶେଷ ହୋଇଥିଲା । ପାକିସ୍ତାନର ଆର୍ମି ଜେନେରାଲ ଅମୀର ଅବଦୁଲ୍ଲା ଖାନ୍ ନିଆଜୀ ତାଙ୍କର ୯୩,୦୦୦ ପାକିସ୍ତାନୀ ସେନା ସହିତ ଭାରତୀୟ ସେନା ଓ ମୁକ୍ତି ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ । ବାଂଲାଦେଶ ମଧ୍ୟ ଏହି ଦିନକୁ ସ୍ୱାଧୀନତା ଦିବସ ତଥା ବିଜୟ ଦିବସ ଭାବେ ପାଳନ କରିଥାଏ । ଏହି ଦିନ ଦେଶବାସୀ ଭାରତ ଏବଂ ବାଂଲାଦେଶର ବୀର ଯବାନଙ୍କୁ ମନେପକାଇବା ସହ ଓ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥାନ୍ତି । ତକ୍ରାଳୀନ ପୂର୍ବ ପାକିସ୍ତାନର ଲୋକଙ୍କ ପ୍ରତି ଅସଦାଚରଣ ଓ ଦୁର୍ବ୍ୟବହାରର ପ୍ରତିବାଦରେ ବାଂଲାଦେଶର ମୁକ୍ତି ସଂଗ୍ରାମ ଦ୍ୱାରା ମୁକ୍ତି ଯୁଦ୍ଧ ପାଇଁ ସଂଘର୍ଷ ଆରମ୍ଭ ହୋଇଥିଲା । ଯାହାକୁ ତକ୍ରାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବାଂଲାଦେଶର ମୁକ୍ତି ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

Leave A Reply

Your email address will not be published.