ଚାଷୀ ଆନ୍ଦୋଳନ ଯୋଗୁଁ ୧୮୦୦ କଳକାରଖାନା ପ୍ରଭାବିତ

0 77

ନୂଆଦିଲ୍ଲୀ. ୧୬ ।୧୨: କରୋନା ପାଇଁ ଦେଶ ଲକଡାଉନ୍ ରହିଥିଲା । ଏଥିପାଇଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ଏବେ ଲକଡାଉନ୍ ଖୋଲିବା ପରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ରାସ୍ତାରେ । ୨୧ ଦିନ ହେବ ଦିଲ୍ଲୀ ସୀମାରେ ବସିଛନ୍ତି ଆନ୍ଦୋଳନରତ ଚାଷୀ । ଯେଉଁଥିପାଇଁ ଦିଲ୍ଲୀବାସୀ ପ୍ରଭାବିତ ହୋଇଛନ୍ତି । ସେହିପରି ହରିଆଣା ଦିଲ୍ଲୀରେ ଥିବା କାରଖାନା ପ୍ରଭାବିତ ହୋଇଛି । ଆର୍ଥିକ ସ୍ଥିତି ଖରାପ ହେଉଥିବାରୁ ଏହି ପରିପ୍ରେକ୍ଷୀରେ ସିଆଇଆଇ ଏକ ରିପୋର୍ଟ ଦେଇଛି । ଦିଲ୍ଲୀ ହରିଆଣା ରାସ୍ତାରେ ଗ୍ରେଟର କୁଣ୍ଡଳୀ ଶିଳ୍ପାଞ୍ଚଳ ରହିଛି । ଏହିଠାରେ ଅଧିକାଂଶ କାରଖାନା ସହିତ ଶୀତଳ ଭଣ୍ଡାର ରହିଛି । ଏବେ ଆନ୍ଦୋଳନ ଚାଲିଥିବାରୁ ଏହି ସବୁ କାରଖାନା ତଥା ଶିଳ୍ପ ସଂସ୍ଥାରୁ ମାଲ ପରିବହନ ସେବା ବ୍ୟାହାତ ରହିଛି । ଡ୍ରାଏ ଫ୍ରୁଟ୍ସ ବ୍ୟବସାୟ କରୁଥିବା ବ୍ୟବସାୟୀ ରିତେଶ ବଜାଜ କହିଛନ୍ତି, ଡ୍ରାଏ ଫ୍ରୁଟ୍ସ ବିଭିନ୍ନ ସ୍ଥାନରୁ ଆଣି ପ୍ୟାକେଡ କରି ଦିଲ୍ଲୀର ହେଲସେଲ ବଜାରରେ ପହଞ୍ଚାଇଥାନ୍ତି । ହେଲେ ଚାଷୀ ଆନ୍ଦୋଳନରେ ବସିଥିବାରୁ ଏହି ସେବା ପ୍ରଭାବିତ ହୋଇଛି । ଏଥିପାଇଁ ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହିଭଳି ଅନେକ ବ୍ୟବସାୟୀ ଏବଂ କାରଖାନା କମ୍ପାନୀ ପ୍ରଭାବିତ ହୋଇଛନ୍ତି । କନଫେଡେରସନ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ) କହିଛି ଚାଷୀ ଆନ୍ଦୋଳନ ପାଇଁ ସାରା ଦେଶର ଅର୍ଥନୀତି ପ୍ରଭାବିତ ହେବାକୁ ଯାଉଛି । ଏବେ ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । ତୁରନ୍ତୁ ଚାଷୀ ଆନ୍ଦୋଳନ ଶେଷ ହେବା ଦରକାର । ନହେଲେ ଅର୍ଥନୀତିକ ସ୍ଥିତି ଆହୁରି ଖରାପ ହେବ । ଆନ୍ଦୋଳନ ପାଇଁ ଦେଶ ପ୍ରତିଦିନ ୩,୫୦୦ କୋଟି କ୍ଷତି ସହୁଛି । ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି । କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି । ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି ।

Leave A Reply

Your email address will not be published.