ଗଜପତିରେ ପୁଣି ୧୨.୨୩ କୋଟିର ଗଞ୍ଜେଇ ଗଛକୁ ପୋଡାଗଲା

0 65

ପାରଳାଖେମୁଣ୍ଡି,୧୭ା୧୨: ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୨କୋଟି ୨୩ଲକ୍ଷ ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ଘଟଣାରୁ ପ୍ରକାଶ,ଏକ ସୁଚନାକୁ ଭିତ୍ତି କରି ଅଡବା ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉକରି ମୋହନା ବ୍ଲକ ଚୁଡଙ୍ଗପୁର ପଞ୍ଚାୟତର ତେନ୍ତୁଳିସାହି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୬୧ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ୧ଲକ୍ଷ ୨୩ହଜାରଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୨କୋଟି ୨୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ନେଇ ଅଡବା ଥାନା କେସ ନଂ ୧୩୫/୨୦୨୦ ଏନଡିପିଏସ ଆକ୍ଟର ଧାରା ୨୦(କ)(ା)ରେ ମାମଲା ରୁଜୁ ହୋଇଥିବା ଅଡବା ଥାନା ଏସଆଇ ଉକ୍ରଳ କେଶରୀ ପ୍ରଧାନ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.