୯.୫ ନିୟୁତରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0 63

ନୂଆଦିଲ୍ଲୀ, ୧୭ ।୧୨: ଗତ ୨୪ ଘଣ୍ଟା ମଧ୍ୟରେ ୨୪,୦୧୦ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ନିୟୁତରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪,୦୧୦ କରୋନା ଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୫୫ ମୃତ୍ୟୁ ରେକର୍ଡ କରାଯାଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୪୫୧ରେ ପହଞ୍ଚିଛି । ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୫୬,୫୫୮ରେ ପହଞ୍ଚିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୩୬୬କୁ ହ୍ରାସ ପାଇଛି । ତେଣୁ ଦେଶରେ ରିପୋର୍ଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଠାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩.୩୪%କୁ ହ୍ରାସ ପାଇଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ । ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୨,୨୯୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୪, ୮୯, ୭୪୦ । ଗତ ୧୭ ଦିନ ମଧ୍ୟରେ ଭାରତ ୪୦ ହଜାରରୁ କମ୍ ଦୈନିକ ସଂକ୍ରମଣ ରେକର୍ଡ କରିଛି । ସେହିପରି ଗତ ସାତ ଦିନ ମଧ୍ୟରେ ପ୍ରତି ନିୟୁତ ଜନସଂଖ୍ୟା ଆଧାରରେ ନୂତନ ସଂକ୍ରମଣ ସଂଖ୍ୟା ୧୪୭କୁ ହ୍ରାସ ପାଇଛି ।

Leave A Reply

Your email address will not be published.