୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର

0 54

ପୁରୀ୧୮/୧୨: ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ । ପ୍ରଥମ ପର୍ଯ୍ୟାୟରେ ସେବାୟତ ପରିବାରର ସଦସ୍ୟଙ୍କୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏହି ସୁଯୋଗ ପରେ ପରେ ୱାର୍ଡ ଅନୁଯାୟୀ ଟୋକନ ମାଧ୍ୟମରେ ପୁରୀ ପୌରାଞ୍ଚଳବାସୀଙ୍କୁ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି। ଏହି ସମୟରେ ଭକ୍ତଙ୍କ ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ ନାହଁ। ଜାନୁଆରୀ ୩ ତାରିଖରୁ ପୁରୀ ଶ୍ରମନ୍ଦିର ସମେତ ସମସ୍ତ ଜଗନ୍ନାଥପ୍ରେମୀଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି। ୩ ତାରିଖଠାରୁ ଦର୍ଶନ ବ୍ୟବସ୍ଥା ପାଇଁ କୋଭିଡ ନେଗେଟିଭ୍‌ ରିପୋର୍ଟର ଆବଶ୍ୟକ ରହିଛି। ଶ୍ରୀମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସୂଚନା ଦେଇଛନ୍ତି। ଦୀର୍ଘ ୯ ମାସ ହେବ ବିନା ଦର୍ଶନରେ ଭକ୍ତ ବଡ ଦାଣ୍ଡରୁ ଫେରି ଯାଉଥିଲେ। ସତେ ଯେପରି ଭକ୍ତ ଓ ଭଗବାନଙ୍କ ମଝିରେ କରୋନା ପାଚେରୀ ହୋଇ ଛିଡା ହୋଇଥିଲା। ପୁରୀ ଶ୍ରୀମନ୍ଦିର ଖୋଲିବା ଖବର ଆସିବା ପରେ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। କରୋନା କଟକଣା ସମୟରେ ଦେଶବିଦେଶରୁ ଆସିଥିବା ହଜାର ହଜାର ଭକ୍ତ ଜଗାଙ୍କୁ ଦର୍ଶନ ନ କରି ଆଖି ଛଳଛଳ କରି ଫେରିଯିବାର ଦୃଶ୍ୟ ମଧ୍ୟ ନଜୀର ରହିଛି। ଗତକିଛି ଦିନ ତଳେ ବିଦେଶୀ ଦମ୍ପତି ମହାପ୍ରଭୁଙ୍କ ଦର୍ଶନ ନ ପାଇ ବଡ ଦାଣ୍ଡରେ ତଳେ ବସି ମହାପ୍ରସାଦ ସେବନ କରି ଫେରି ଯାଇଥିଲେ। ପୁଣି ବଡ଼ ଦାଣ୍ଡରେ ଲାଗିବ ଭକ୍ତଙ୍କ ଭିଡ।

Leave A Reply

Your email address will not be published.