ଗଜପତିରୁ ୩ଦିନ ହେଲା ଜଣେ ଆଦିବାସୀ ଯୁବତୀ ନିଖୋଜ

0 60

ପାରଳାଖେମୁଣ୍ଡି,୧୮ା୧୨ -ଗଜପତି ଜିଲ୍ଲାରୁ ଜଣେ ଆଦିବ।।ସୀ ଯୁବତୀ ଗତ ୩ଦିନ ଧରି ନିଖୋଜ ଥିବା ଖବର ମିଳିଛି । ଏ ନେଇ ପୋଲିସ ଠାରେ ମାମଲା ରୁଜୁ ହେବା ପରେ ବ୍ୟାପକ ତନାଘନା ଆରମ୍ଭ ହୋଇଛି । ଘଟମାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ ଥାନା ଅବାସିଂ ଗ୍ରାମର ଶିବରାମ ନାୟକଙ୍କ ସାନ ଝିଅ ଲଳିତା ନାୟକ ଗତ ୩ଦିନ ହେଲା ନିଖୋଜ ଅଛନ୍ତି । ସେ ଗତ ବୁଧବାର ଦିନ ସକାଳୁ ନିଜ ଗ୍ରାମ ଠାରୁ କିଛି ଦୁରରେ ଥିବା ଏକ କୁଅକୁ ଗାଧୋଇବା ପ।।ଇଁ ଯାଇଥିଲେ । ଗ୍ରାମବାସୀଙ୍କ ସହ ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ଗୁରୁବାର ଦିନ ରାୟଗଡ ଥାନାରେ ବାପା ଶିବରାମ ନାୟକ ଅଭିଯୋଗ କରିଥିଲେ । ଏ ନେଇ ରାୟଗଡ ଆଇଆଇସି ଶ୍ରବଣ କୁମାର ମହାରଣା ଏକ ମକଦ୍ଦମା ରୁଜୁ କରି ଯୁବତୀର ସନ୍ଧାନ ପାଇଁ ତଦନ୍ତ ଜାରି ରଖିଥିବା ସୁଚନା ଦେଇଛନ୍ତି । ଏଠାରେ ସୁଚନା ଯୋଗ୍ୟ,ସମ୍ପୃକ୍ତ ଯୁବତୀ ଜଣକ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ୩ ପାସ୍ କରିଛନ୍ତି । ହେଲେ ସେ ଗତ କିଛି ମାସ ହେବ ମାନସିକ ବିକୃତି ଆକ୍ରାନ୍ତ ଥିବା ତାଙ୍କ ବାପ।। ଜଣାଇଛନ୍ତି ।

Leave A Reply

Your email address will not be published.