ବେଆଇନ ସମ୍ପତ୍ତି ଠୁଳ ଅଧିକାରୀ ଓ କର୍ମଚାରୀ ମହଲରେ କୋକୁଆ ଭୟ

0 58

୪କୋଟି ସମ୍ପତ୍ତି ଠୁଳ ଶିକ୍ଷକଙ୍କୁ ଜବତ ପରେ ଗଜପତିରେ କାହାର ପାଳି?

ପାରଳାଖେମୁଣ୍ଡି,୧୮ା୧୨ -ଗଜପତି ଜିଲ୍ଲାରେ ଗତକିଛି ମାସ ହେଲା ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ବାରମ୍ବାର ଚଢାଉ ଜାରି ରହିଛି । ଏଥିରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଠୁଳ କରିଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଗିରଫ କରାଯାଇଛି । ଏ ନେଇ ବର୍ତ୍ତମାନ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତ ୩ଦିନ ତଳେ ଭିଜିଲାନ୍ସ ଗିରଫ କରିଥିବା ଶିକ୍ଷକ ଦୁଷ୍ମନ୍ତଙ୍କ ପରେ କାହାର ପାଲି ପଡିବ ବୋଲି ଛନକା ପସିଛି । ଗତ ଅକ୍ଟୋବର ମାସରେ ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ କରି ବେଆଇନ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ସମ୍ପତ୍ତିକୁ ଜବତ କରି ଅଧ୍ୟାପକଙ୍କୁ ଗିରଫ କରିଥିଲେ । ପୁଣି ଗତ ୩ଦିନ ତଳେ ଜଣେ ପ୍ରାଇମେରୀ ସ୍କୁଲର ସହକାରୀ ଶିକ୍ଷକଙ୍କ ଘରେ ଚଢାଉ କରି ଭିଜିଲାନ୍ସ ୪କୋଟିରୁ ଉର୍ଦ୍ଧ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତିକୁ ଜବତ କରି ଶିକ୍ଷକଙ୍କୁ ଗିରଫ କରିଛି । ଭିଜିଲାନ୍ସ ବିଭାଗର ଏଭଳି ଲଗାତର ଚଢାଉ,ସମ୍ପତ୍ତି ଜବତ ଓ ଗିରଫ ନେଇ ଗଜପତି ଜିଲ୍ଲାରେ ଲୁଚି ଛପି ବିଭିନ୍ନ ଦୁର୍ନୀତି ଦ୍ୱାରା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଠାରେ କୋକୁଆ ଭୟ ସୃଷ୍ଟି ହୋଇଛି । ବର୍ତ୍ତମାନ ଏମାନଙ୍କ ଠାରେ ଭାଳେଣି ପଡିଛି ଶିକ୍ଷକ ଦୁଷ୍ମନ୍ତ ପରେ ଭିଜିଲାନ୍ସ ଚଢାଉ କାହାର ପାଳି ପଡିବ? ।

Leave A Reply

Your email address will not be published.