ଘର ଭିତରୁ ନାବାଳିକା ର ମୃତ ଦେହ ଉଦ୍ଧାର କାରଣ ଅଷ୍ପଷ୍ଟ

0 66

ନୂଆପଡା. ୧୮/୧୨; ସଦର ଥାନା ଅନ୍ତର୍ଗତ ମହୁଲଭଟା ଗ୍ରାମର ନରେଶ ଦଣ୍ଡସେନାଙ୍କ ଝୀଅ ମୈ÷ାସୁମି ଦଣ୍ଡସେନା ର ଝୁଲନ୍ତା ମୃତ ଦେହ ପରିବାର ଲୋକେ ଉଦ୍ଧାର କରିଥିଲେ । ହସପିଟାଲ ଆଣିବା ପରେ ଡାକ୍ତାର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ର କାରଣ ଅଷ୍ପଷ୍ଟ ରହିଛି ।
ସୂଚନାନୁସାରେ ମୈାସୁମି ସ୍ଥାନୀୟ ଏକ ଇଂରାଜୀ ମିଡିୟମ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ମା ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରୁଥିବା ବେଳେ ବାପା ଔଷଧ ଦୋକାନ କରିଛନ୍ତି । ଦିନ ୧୨ଟା ବେଳେ ହୋମୱର୍କ ପେପର ସ୍କୁଲରେ ପହଞ୍ଚାଇବା ପାଇଁ ମୈାସୁମି ବାପାଙ୍କୁ ଫୋନ କରିଥିଲେ । ମା ନିଜ ଡ୍ୟୁଟି ପାଇଁ ବାହାରେ ଥିଲେ । ଘରେ ଥିବା ତାଙ୍କ ବଡବାପା କିଛି କାମ ପାଇଁ ମୈାସୁମି ଡାକିବା ପରେ ମଧ୍ୟ ମୈାସୁମି ସୁଣିନଥିଲେ । ପରେ କବାଟ ବାଡେଇବାରୁ କବାଟ ମଧ୍ୟ ଖୋଲି ନ ଥିଲେ । କବାଟ ଭାଙ୍ଗିବା ପରେ ଘର ଭିତରେ ମୈାସୁମିର ଶରୀର ଫ୍ୟାନରେ ଲାଗିଥିବା ଏକ ଲୁଗାରେ ଝୁଲନ୍ତା ଅବସ୍ଥାରେ ଥିଲା ।

Leave A Reply

Your email address will not be published.