ଆଉ ଟୋଲ୍ ପ୍ଲାଜାରେ ଭିଡ ହେବନି

0 67

ନୂଆଦିଲ୍ଲୀ, ୧୮ ।୧୨: ହାଇୱେ ବା ଜାତୀୟ ରାଜପଥରେ ଟୋଲ୍ ଗେଟ ବା ପ୍ଲାଜାରେ ରୋଡ୍ ଟ୍ୟାକ୍ସ ସଂଗ୍ରହ କରିବା ବେଳେ ଅନେକ ସମୟରେ ରାସ୍ତା ଜାମ୍ ରହିଥାଏ । ଯାହାକି ଯାତ୍ରୀଙ୍କ ପାଇଁ ସମସ୍ୟା ପାଲଟିଥାଏ । ଏବେ ଏହି ସମସ୍ୟାର ସମାଧାନ ପାଇଁ ନୀତିନ ଗଡ଼କରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଜିପିଏସ୍ ଆଧାରିତ ଟେକ୍ନୋଲୋଜି ବିକଶିତ କରିଛି । ଗଡକରୀ କହିଛନ୍ତି ଯେ ସାରା ଦେଶରେ ଜାତୀୟ ରାଜପଥରେ ଟୋଲ୍ ସଂଗ୍ରହ ବେଳେ ଭିଡ କମାଇବା ପାଇଁ ଜିପିଏସ୍ ଅର୍ଥାତ୍ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ ଲାଗୁ କରିବେ ସରକାର । ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ଦେଶର ସମସ୍ତ ଜାତୀୟ ରାଜପଥରେ ଥିବା ଟୋଲ୍ ଗେଟ୍ ଏକ ପ୍ରକାର ମୁକ୍ତ ହୋଇଯିବ । ଅର୍ଥାତ୍ ଟୋଲ୍ ଗେଟ ରହିବନି ହେଲେ ସେହି ସ୍ଥାନ ଅତିକ୍ରମ କଲେ ଯାନରେ ଲାଗିଥିବା ଜିପିଏସ୍ ସୂଚନା ଦେବ । ଆଉ ଆପେ ଆପେ ଦେୟ କଟିଯିବ । ଆଉ ଏହି ଦେୟ ଟଙ୍କାକୁ ସରକାର ବ୍ୟାଙ୍କ ପାଖରୁ ନେବେ ।

Leave A Reply

Your email address will not be published.