ପିଆଜ ଦର ବଢ଼ୁଥିବା ଦେଖି କେନ୍ଦ୍ର ବଢ଼ାଇଲା କଟକଣା ଅବଧି

0 109

ନୂଆଦିଲ୍ଲୀ, ୧୮ ।୧୨: ବଜାରରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସର୍ତ୍ତମୂଳକ ଭାବେ ଏହାର ଆମଦାନୀ ମିଆଦ ବୃଦ୍ଧି କରିଛନ୍ତି । ପ୍ଳାଣ୍ଟ କ୍ୱାରେନଟାଇନ ଅର୍ଡର୨୦୦୩ ଓ ଫିଟୋ ସାନିଟାଇଜ ପ୍ରମାଣପତ୍ର ବଳରେ ଏହି ରପ୍ତାନୀକୁ ୨୦୨୧ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଭାରତୀୟ ବନ୍ଦର ଗୁଡିକୁ ସଫା ହୋଇ ଆସୁନଥିବା ପିଆଜ ଭାରତରେ ପହଞ୍ଚିବା ପରେ ସ୍ୱୀକୃତପ୍ରାପ୍ତ ବିଶୋଧନକାରୀ ସଂସ୍ଥା ଦ୍ୱାରା ଆମଦାନୀକାରୀମାନେ ବିଶୋଧନ କରିବାକୁ ପଡିବ । ବାହାରୁ ଆମଦାନୀ ହୋଇ ଆସୁଥିବା ପିଆଜକୁ ଟିକିନିଖି କରି ପରୀକ୍ଷା ନିରୀକ୍ଷା କରିବା ପରେ ଏହା ଜୀବାଣୁ ମୁକ୍ତ ହୋଇଥିଲେ ହିଁ ବଜାରକୁ ଛଡାଯିବ । ପିଆଜ ପରୀକ୍ଷା କରିବା ବେଳେ ପଚାସଢା ବାହାରିଲେ ତାହାକୁ ଅଗ୍ରାହ୍ୟ କରି ଫେରାଇ ଦିଆଯିବ । ଯଦି ପିଆଜରେ କୌଣସି ପୋକ ବାହାରିବ ତାହାକୁ ବିଶୋଧନକାଳରେ ବାଦ ଦେଇ ଭଲ ପିଆଜଗୁଡ଼ିକୁ ବଜାରକୁ ଛାଡିବ । ତେବେ କ୍ଷତି ପାଇଁ ନିରୀକ୍ଷଣ ବାବଦ ଖର୍ଚ୍ଚ ଦେବାକୁ ପଡିବ ନାହିଁ ।

Leave A Reply

Your email address will not be published.