ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବଙ୍କୁ କରୋନା

ନୂଆଦିଲ୍ଲୀ, ୧୮ ।୧୨: ଦେଶର କରୋନା ସ୍ଥିତି ଉପରେ ଆରମ୍ଭରୁ ନଜର ରଖି ଲୋକଙ୍କ ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରୁଥିବା ଆଇସିଏମଆରର ମୁଖ୍ୟ ବଳରାମ ଭାର୍ଗବ ନିଜେ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏଥିପାଇଁ ଶ୍ରୀ ଭାର୍ଗବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖା ହେବା ବେଳକୁ ଭାର୍ଗବଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ କିଛି ତଥ୍ୟ ମିଳିନାହିଁ । ଆଇସିଏମଆରର ମୁଖ୍ୟ ବ୍ୟତୀତ ଶ୍ରୀ ଭାର୍ଗବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ । ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ସେ ସର୍ବଦା ଗଣମାଧ୍ୟମ ସାମ୍ନାକୁ ଆସି ଦେଶର କରୋନା ସ୍ଥିତି ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଉଥିଲେ ।

Leave a Reply

Your email address will not be published. Required fields are marked *