ଦିଦିଙ୍କ ସମର୍ଥନରେ କେଜ୍ରିୱାଲ୍

0 69

ନୂଆଦିଲ୍ଲୀ, ୧୮ ।୧୨: ପଶ୍ଚିମବଙ୍ଗ କ୍ୟାଡରର ତିନି ଆଇପିଏସଙ୍କୁ କେନ୍ଦ୍ର ଡେପୁଟେସନରେ ଡାକିବା ସହିତ ବିଭାଗ ବାଣ୍ଟିଛି । କେନ୍ଦ୍ରର ଏପରି ନିର୍ଦ୍ଦେଶକୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧ କରିଛି । ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି ବୋଲି କହିଛି । ଏବେ ଟିଏମସି ସମର୍ଥନରେ ଓହ୍ଲାଇଛନ୍ତି ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ଟ୍ୱିଟର ଜବାବ ଦେଇ ଅରବିନ୍ଦ କହିଛନ୍ତି, ବେଙ୍ଗଲ ପ୍ରଶାସନରେ କେନ୍ଦ୍ରର ହସ୍ତକ୍ଷେପକୁ ନିନ୍ଦା କରୁଛି । ରାଜ୍ୟର ଆଗକୁ ନିର୍ବାଚନ ରହିଛି । ଏହି ସମୟରେ ରାଜ୍ୟର ବିନା ଅନୁମତିରେ କେନ୍ଦ୍ର ତିନି ଆଇପିଏସକୁ ବଦଳି କରିବା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି । ମମତା ତାଙ୍କ ଟ୍ୱିଟରେ କହିଛନ୍ତି କେନ୍ଦ୍ର ତିନି ଆଇପିଏସକୁ ନିଜ ଇଚ୍ଛାରେ ଡେପୁଟେସନରେ ନେବା ଜରୁରୀକାଳୀନ ବେଳେ ଆଇପିଏସ କ୍ୟାଡରର ଧାରା ୧୯୫୪କୁ ଉଲ୍ଲଂଘନ କରୁଛି । ଗୁରୁବାର କେନ୍ଦ୍ର ସରକାର ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ନିଯୁକ୍ତ କରିଛନ୍ତି । କେନ୍ଦ୍ରୀୟ ସେବା ନିୟମ (୧) ଅନୁଯାୟୀ ଏହି ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ପଶ୍ଚିମବଙ୍ଗର କ୍ୟାଡରର ଆଇପିଏସ ଡକ୍ଟର ଭୋଲା ପାଣ୍ଡେଙ୍କୁ ୪ ବର୍ଷ ପାଇଁ ବିପିଆର ଆଣ୍ଡ ଡିର ଏସପି ଭାବରେ ନିଯୁକ୍ତ କରାଯାଇଛି । ପ୍ରବୀଣ ତ୍ରିପାଠୀଙ୍କୁ ଏସଏସବିର ଡିଜି ଭାବରେ ୫ ବର୍ଷ ପାଇଁ ନିଯୁକ୍ତ କରାଯାଇଛି ସେହିପରି ରାଜୀବ ମିଶ୍ରଙ୍କୁ ୫ ବର୍ଷ ପାଇଁ ଆଇଟିବିପିର ଆଇଜି ଭାବେ ନିଯୁକ୍ତ କରିଛି କେନ୍ଦ୍ର । ବିଜେପି ସଭାପତି ଜେପି ନା‡ାଙ୍କ କାରକେଡ ଉପରେ ଆକ୍ରମଣ ହୋଇଥିଲା । ସେ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ତାଙ୍କ କାରକେଡ ଆକ୍ରମଣର ଶିକାର ହୋଇଥିଲା । ଏହି ତିନି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବାରୁ ଆକ୍ରମଣକାରୀ ସଫଳ ହେଲେ ବୋଲି ଗୃହ ମନ୍ତ୍ରାଳୟ ହୃଦବୋଧ କରିଛି । ତେଣୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଡେପୁଟେସନ ପାଇଁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.