ବିହାରରେ ୪ରୁ ଖୋଲିବ ସ୍କୁଲ ଓ କଲେଜ

0 72

ପାଟନା, ୧୯|୧୨ :  କରୋନା ସଂକ୍ରମଣ କାରଣରୁ ବିହାରରେ ବନ୍ଦ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ପୁଣି ଖୋଲିବ । ରାଜ୍ୟ ସରକାର ଏହି ସବୁ ସଂସ୍ଥାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ୪ ଜାନୁଆରୀରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଶିକ୍ଷାନୁଷ୍ଠାନ ସରକାର ଖୋଲିବାକୁ ଯାଉଛନ୍ତି । ପ୍ରଥମେ ନବମ ଓ ଦଶମ ଶ୍ରେଣୀ ପିଲା ସ୍କୁଲ ଯିବେ । ଏହାପରେ ସମୀକ୍ଷା କରାଯିବ । ଜାନୁଆରୀ ୧୮ ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇପାରନ୍ତି । ଏଥିପାଇଁ ବିହାର ସରକାର ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି । ଜାନୁଆରୀ ୪ରୁ ନବମରୁ ଦ୍ୱାଦଶ ଶ୍ରେଣୀଯାଏଁ ପିଲା ସ୍କୁଲ ଯିବେ । କଲେଜ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ । ଗୋଟିଏ ସପ୍ତାହ ପରେ ସ୍ଥିତିର ସମୀକ୍ଷା କରାଯିବ । ସମୀକ୍ଷାରେ ସବୁକିଛି ଠିକ୍ ରହିଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଏହାପରେ ନିୟମିତ ସ୍ଥିତିର ସମୀକ୍ଷା କରାଯିବ । ସ୍କୁଲ ଓ କଲେଜରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଛାତ୍ରଛାତ୍ରୀ ଓ କର୍ମଚାରୀ ସାମାଜିକ ଦୂରତା ପାଳନ କରିବେ ।  ଅଧା ପିଲା ଗୋଟିଏ ଦିନ ସ୍କୁଲ ଆସିଲେ ଆଉ ଅଧା ପିଲା ପରଦିନ ସ୍କୁଲ ଆସିବେ । ସରକାରୀ ସ୍କୁଲରେ ପିଲାଙ୍କୁ ମାଗଣାରେ ମାସ୍କ ଦିଆଯିବ । ଶିକ୍ଷକଙ୍କ ସହ ପିଲାଙ୍କୁ ଦୁଇଟି ଲେଖାଏଁ ମାସ୍କ ମିଳିବ । ସେହିପରି କୋଚିଂ ସେଣ୍ଟର ପାଇଁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି ।

Leave A Reply

Your email address will not be published.