ବିଶ୍ୱ ଭାରତର ଗ୍ରୋଥ୍ ଷ୍ଟୋରୀ ଉପରେ ଭରସା କରୁଛି

0 68

ନୂଆଦିଲ୍ଲୀ, ୧୯|୧୨ : ଶନିବାର ଆସୋଚାମ୍ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଯୋଗଦେଇଥିବା ଦେଶର ଉଦ୍ୟୋଗପତିଙ୍କୁ ମୋଦୀ ସମ୍ବୋଧନ କରିଛନ୍ତି । ଏହାସହ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ସେ ନିଜ ଭାଷଣରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ବିଶ୍ୱ ଭାରତର ଗ୍ରୋଥ୍ ଷ୍ଟୋରୀ ଉପରେ ଭରସା କରୁଛି । ମହାମାରୀ ସମୟରେ ଭାରତକୁ ରେକର୍ଡ ସ୍ତରରେ ବିଦେଶ ପୁଞ୍ଜି ଆସିଛି । ସମସ୍ତଙ୍କ ଭରସା ଆତ୍ମନିର୍ଭର ଭାରତକୁ ଆଗକୁ ବଢାଉଛି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ମାନ୍ୟୁଫାକ୍ଚରିଂ ଉପରେ ଅଧିକ ଫୋକସ କରିବାକୁ ହେବ । ଏଥିପାଇଁ ନିରନ୍ତର ପ୍ରୟାସ କରାଯାଉଛି ।

ମୋଦୀ ଆହୁରି କହିଛନ୍ତି ଯେ, ଉଦ୍ୟୋଗପତିମାନେ ଦୀର୍ଘ ୧୦୦ ବର୍ଷ ଧରି ଭାରତର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବାରେ ଲାଗିଛନ୍ତି । ଏହା ରାଷ୍ଟ୍ର ନିର୍ମାଣର ଏକ ବଡ ଲକ୍ଷ୍ୟ ସହ ଜଡିତ ରହିଛି । ନୂଆ ଚ୍ୟାଲେଞ୍ଜ୍ ଆସିଲେ ଏହାର ସମାଧାନ ମଧ୍ୟ ରହିଛି । ଏହି ଲକ୍ଷ୍ୟ କେତେ ଶୀଘ୍ର ହାସଲ କରିହେବ ତାହା ଗୁରୁତ୍ୱପୂର୍ଣ୍ଣ । ପୂର୍ବରୁ ଅନ୍ୟ ଦେଶ କାହିଁକି ଭାରତ ବୋଲି ପଚାରୁଥିଲେ । ଏବେ ଭାରତ କାହିଁକି ନୁହେଁ ବୋଲି ସେମାନେ ପଚାରୁଛନ୍ତି । ସାରା ବିଶ୍ୱ ଭାରତର ଅର୍ଥବ୍ୟବସ୍ଥା ଉପରେ ବିଶ୍ୱାସ କରୁଛି । ଦେଶରେ ଯୁବକଙ୍କ ପାଇଁ ଅନେକ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.