ବିସ୍ଫୋରଣରେ ୧୧ ଶିଶୁଙ୍କୁ ମୃତ୍ୟୁ, ୨୦ ଆହତ

0 63

କାବୁଲ ୧୯।୧୨: ପୂର୍ବ ଆଫଗାନିସ୍ତାନର ଗଜନୀ ଅଞ୍ଚଳରେ ଶୁକ୍ରବାର ବୋମା ବିସ୍ଫୋରଣ ହୋଇ ୧୧ ଶିଶୁଙ୍କୁ ମୃତ୍ୟୁ ହେବା ସହ ୨୦ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ଅପରାହ୍ନରେ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ରିକ୍ସା ଚାଳକ ଜଣଙ୍କ ଯେତେବେଳେ ସାମଗ୍ରୀ ବିକ୍ରି କରିବାକୁ ଗାଁକୁ ଯାଇଥିଲେ ସେହି ସମୟରେ ଛୁଆମାନେ ତାଙ୍କୁ ଘେରି ଯାଇଥିଲେ । ସେହି ସମୟରେ ରିକ୍ସାରେ ଲୁଚାଯାଇଥିବା ବୋମା ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୧୧ ଶିଶୁଙ୍କୁ ମୃତ୍ୟୁ ହେବା ସହ ୨୦ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଦୁଇ ଦଶନ୍ଧି ପୁରୁଣା ଯୁଦ୍ଧକୁ ଶେଷ କରିବା ପାଇଁ କତରରେ ଆଫଗାନିସ୍ତାନ ସରକାର ଏବଂ ଚରମପନ୍ଥୀ ତାଲିବାନର ମଧ୍ୟସ୍ତିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏହା ସତ୍ତ୍ବେ ହିଂସାକାଣ୍ଡ ଘଟୁଛି । ଆମେରିକାର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ ମାର୍କ ମିଲେ ମଙ୍ଗଳବାର ଦୋହାରେ ତାଲିବାନୀ ନେତାଙ୍କ ସହ ଘୋଷଣା ନକରି ଆମେରିକା-ତାଲିବାନ ଏକ ବୈଠକ କରି ସୈନ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛି ।

Leave A Reply

Your email address will not be published.